ଘୁନସର ବୈଷ୍ଣବୀ ଦେବୀଙ୍କ ପୀଠରେ ଚବିଶ ପ୍ରହର ନାମଯଜ୍ଞ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଅଧୀନ ଘୁନସର ମହାଲିଙ୍ଗ ପଡାରେ ବୈଷ୍ଣବୀ ଦେବୀଙ୍କ ପୀଠରେ ଆଜି ପବିତ୍ର ଓଁ ଶ୍ରୀ ଶ୍ରୀ ଶନିଶ୍ଚର ନବଗ୍ରହ ଶାନ୍ତି ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଛି । ଏହି ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳୁଛି । ହୀରା ମହାଲିଙ୍ଗଙ୍କ ତତ୍ତ୍ୱାବଧାନରେ ଏହି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ ସୋମନାଥ ତ୍ରିପାଠୀ ବିଧିବତ୍ ପୂଜା ଅର୍ଚ୍ଚନା କରୁଥିବା ବେଳେ କର୍ତ୍ତା ଭାବେ ଚନ୍ଦ୍ରକାନ୍ତ ଭୋଇ ଓ ନରେନ୍ଦ୍ର ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସକାଳୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିବାରୁ ପରିବେଶ ଭକ୍ତିମୟ ହୋଇଯାଇଛି । ନାମଯଜ୍ଞ ସ୍ଥଳରେ ମୀନାବଜାର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ଗ୍ରାମବାସୀମାନେ ଉତ୍ସାହର ସହ ଯୋଗଦେଇଛନ୍ତି । ମହିଳାପୁରୁଷ, ଯୁବକ ଓ ଯୁବତୀଙ୍କ ସମେତ ସମସ୍ତେ ମିଶି ଅନୁଷ୍ଠାନକୁ ସଫଳ କରିବାରେ ସହଯୋଗ କରୁଛନ୍ତି । ଚବିଶ ପ୍ରହର ଧରି ଚାଲିଥିବା ଅଖଣ୍ଡ ନାମସଂକୀର୍ତ୍ତନ ଦ୍ୱାରା ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ଭକ୍ତିଭାବ ବୃଦ୍ଧି ପାଇବ ବୋଲି ଭକ୍ତମାନେ ଆଶାବ୍ୟକ୍ତ କରିଛନ୍ତି । ଏହି ଧାର୍ମିକ କାର୍ଯ୍ୟକ୍ରମ ଗ୍ରାମୀଣ ଏକତା ଓ ସାମୁହିକ ସହଯୋଗର ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି ।

Leave A Reply

Your email address will not be published.