oom

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବନକର୍ମଚାରୀଙ୍କ ୩ ଦଫା ଦାବୀ : ୧୫ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅଣ-ଗ୍ରେଜେଟେଡ଼ ସେବା ସଂଘ ବ୍ରହ୍ମପୁର କ୍ଷେତ୍ର ଜୋନ୍ ପକ୍ଷରୁ ବନ ବିଭାଗର କ୍ଷେତ୍ର କର୍ମଚାରୀ ତଥା ଫରେଷ୍ଟ ଗାର୍ଡ, ଫରେଷ୍ଟର, ଡେପୁଟୀ ରେଞ୍ଜରମାନଙ୍କ ତିନି ଦଫା ଦାବି ନେଇ ସରକାରଙ୍କୁ ପୂର୍ବରୁ ଜଣାଇଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରିନଥିବା ନେଇ ମହାସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଆଜି ପର୍ଯ୍ୟନ୍ତ ୩ଦଫା ଦାବି ପୂରଣ ନହେବା ଯୋଗୁଁ ବ୍ରହ୍ମପୁର କ୍ଷେତ୍ର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଗତ ୨୪/୫ /୫/୨୫ରେ ଢେଙ୍କାନାଳ ଡିଭିଜନରେ ହିନ୍ଦୋଳରେ ରେଞ୍ଜ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ଯେଉଁ ଭଳି ଭାବେ ଗୁଳି କରି କରି ହତ୍ୟା କରାଗଲା, ଉକ୍ତ ମାମଲାରେ ଦୋଷୀ ବିରୁଦ୍ଧରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ଏକ ନିନ୍ଦନୀୟ ଘଟଣା ବୋଲି କ୍ଷୋଭ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ’ ଫାଷ୍ଟ ଟ୍ରାକ କୋର୍ଟରେ କେଶକୁ ବିଚାର କରି କୋଠର କର୍ଯ୍ୟନୁଷ୍ଠାନୁଷ୍ଠାନ ଗ୍ରହଣ କରିବା ସହ ମୃତକ ପରିବାରକୁ ଅନୁକମ୍ପା ରାଶି ୧କୋଟିଟଙ୍କା ସହାୟତା ପ୍ରଦାନ ସହ ନାବାଳିକା ଝିଅର ପାଠ ପଢା ଥଇଥାନ ଓ ଚାକିରିର ସୁବିଧା କରିବା ପାଇଁ ଦାବି କରାଯାଇଥିଲା । ପ୍ରମୁଖ ଦାବି ମଧ୍ୟରେ ପ୍ରଥମ ବନବିଭାଗର ବିଭିନ୍ନ ଅବ୍ୟବସ୍ଥା ପ୍ରତିକାର ନିମନ୍ତେ ଫରେଷ୍ଟର କମିଶନ ଗଠନ । ଦ୍ଵିତୀୟଦାବି ହେଲା ,ମାଓବାଦୀ ପ୍ରବଣ ଅଞ୍ଚଳରେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ବନକର୍ମଚାରୀଙ୍କୁ ପୋଲିସ୍ ବିଭାଗ ଭଳି ଦରମା, ଜମାଖାତା, ବୀମା ଆଦି ପେକେଜ୍ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି । ତୃତୀୟ ଦାବି ବନ୍ୟପ୍ରାଣୀ ଓ ଟେରିଟୋରିଆଲ ଡିଭିଜନମାନଙ୍କରେ ସେମାନଙ୍କରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ରାପିଡ଼୍ ରେସ୍ପୋଣ୍ଡ ଟିମ୍ ପାଇଁ କିପରି ସୁରକ୍ଷା ବ୍ୟବସ୍ଥା ନିମନ୍ତେ କର୍ମଚାରୀ ନିୟୋଜନ ସହ ନୂତନ କେଡ଼ର ପୋଷ୍ଟ ସୃଷ୍ଟି କରାଯିବ ଏବଂ ଅନ୍ୟାନ୍ୟ ଦାବୀ ପୂରଣ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆବଶ୍ୟକ‌ତା ସମ୍ପନ୍ଧରେ ବିଚାରକରି, ବନ ବିଭାଗର ଦକ୍ଷତା ବୃଦ୍ଧି ସମ୍ୱନ୍ଧେ କମିଶନ ୨ ମାସ ମଧ୍ୟରେ କିପରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ, ଏହାର ନିଷ୍ପତ୍ତିନାମା ଜାରି କରିବାକୁ ଦାବି କରାଗଲା । ଏହି ସମସ୍ତ ଦାବି ପୁରଣ ନହେଲେ ଆସନ୍ତା ୧୫ ତାରିଖ ମଧ୍ୟରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର, ବ୍ରହ୍ମପୁର ଜୋନ ସଭାପତି ଅନୁପ କୁମାର ବିଷୋୟୀ, ଜୋନ-ସମ୍ପାଦକ ଅମରେଶ କୁମାର ଦାସ, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ରାୟ, ବନବିଭାଗ ଅଧିକାରୀ ବାବୁ ସେଠୀ ଙ୍କ ସମେତ ପ୍ରମୁଖ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.