centurian jitm

ଟିଟିଲାଗଡରେ ସେଣ୍ଟ୍ରାଲ ସ୍କୁଲ ଖୋଲିବ କେବେ, ଆଦର୍ଶ ବିଦ୍ୟାଳୟ ଭଳି ବଳି ପଡ଼ିବ କି କେନ୍ଦ୍ର ବିଦ୍ୟାଳୟ : ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା

nschool

ଟିଟିଲାଗଡ, (ସଂଜୟ କୁମାର ନାୟକ) : କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ସଦାବେଳେ ଜନ ହିତକର ତଥା ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଇଥାନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ସହ ଜନ ସାଧାରଣଙ୍କୁ ଉଚିତ ସୁବିଧା ସୁଯୋଗ ଯୋଗାଇବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ । ପରିତାପର ବିଷୟ ଯେ, ଟିଟିଲାଗଡ ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରାଗଲା । ଏଥିରେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରୁ ଦଶ କିଲୋମିଟର ଦୂରତା ପୁଣି ରାସ୍ତା ନିକଟବର୍ତ୍ତୀ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା କଥା, ଅଥଚ ଟିଟିଲାଗଡରେ ତାହା ନହେବାର କାରଣ କଣ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଶିକ୍ଷା ବିଭାଗର କେଉଁ ନିୟମାନୁଯାୟୀ ଟିଟିଲାଗଡ ମୁଖ୍ୟ କାର୍ଯ୍ୟାଳୟ ଠାରୁ ପାଖାପାଖି ପଚିଶ କିଲୋମିଟର ଦୂରରେ ସ୍ଥାପନ କରାଯାଇଛି ବୋଲି ପ୍ରଶ୍ନ ଉଠୁଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କଡ଼ରେ ଏସ୍‌ଏଚ୍‌ଜି ମହିଳା ହାଟ ନିର୍ମାଣ ହୋଇପାରିଲା କିପରି, ଟିଟିଲାଗଡ ସହରଠାରୁ ଚାରି କିଲୋମିଟର ଦୂରରେ ରାସ୍ତା କଡ଼ରେ ପିପଲପଦରଠାରେ ମାତୃ ଶିଶୁ ହସ୍ପିଟାଲ ଓ ମୁଖ୍ୟ ଡାକ୍ତରଖାନା ମଧ୍ୟ ନିର୍ମାଣ ହେଲା କିପରି, ସହରରୁ ବେଲଗାଁ ଯିବା ରାସ୍ତାରେ ଚାରି କିଲୋମିଟର ଦୂର ରାସ୍ତା କଡ଼ରେ ନୂତନ କୋର୍ଟ ବିଲ୍‌ଡିଂ ନିର୍ମାଣ ହେଉଛି କିପରି, ତେବେ କେଉଁ କାରଣରୁ ଶିକ୍ଷା ବିଭାଗ ଟିଟିଲାଗଡ ଆଦର୍ଶ ବିଦ୍ୟାଳୟ କୁରସୁଡ ଗ୍ରାମରେ ନିର୍ମାଣ କଲେ. ଲୋକ ବୁଝି ପାରୁ ନାହାନ୍ତି । ଚା’ ଖଟିରେ ଚର୍ଚ୍ଚା ହେଉଛି ଓ ପ୍ରଶ୍ନର ବାଣ ଛୁଟୁଛି । ଯଦି ଟିଟିଲାଗଡରେ ବିକାଶ କାର୍ଯ୍ୟ ଜୋର୍‌ ସୋର୍‌ରେ ହେଉଛି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅବହେଳା କରାଯାଉଛି କାହିଁକି ? ସେହିଭଳି ଡିଏଭି ମହାବିଦ୍ୟାଳୟ ପରିସରରେ ଟାଉନ ହଲ ନିର୍ମାଣ କିପରି ହେଲା ? କେଉଁ ଯୋଜନା ଅନ୍ତର୍ଗତ ଗୋଟିଏ ମହାବିଦ୍ୟାଳୟ ପରିସର ମଧ୍ୟରେ ଟାଉନ ହଲ ନିର୍ମାଣ ହେଲା ଲୋକ ବୁଝି ପାରୁ ନାହାନ୍ତି । ଯେହେତୁ ତାହା ମହାବିଦ୍ୟାଳୟ ଅଧୀନରେ ରହିଛି, କାହାର ସୁବିଧା ପାଇଁ ତାହା ନିର୍ମାଣ ହେଲା ? ଡିଏଭି ମହାବିଦ୍ୟାଳୟ ଜଗୁଆ ପଞ୍ଚାୟତ ଅଧିନରେ ଆସୁଛି ତାହେଲେ ପଞ୍ଚାୟତ ଅଧିନରେ ଥିବା ସ୍ଥାନରେ ଟିଟିଲାଗଡ ଟାଉନ ହଲ ନିର୍ମାଣ କାହା ସ୍ୱାର୍ଥରେ ? ସହରରେ ଏବେ ସବୁ ଚା’ ଖଟିରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଟିଟିଲାଗଡ ଅଞ୍ଚଳର ବିକାଶ ଭିତରେ ଆଦର୍ଶ ବିଦ୍ୟାଳୟ ମଧ୍ୟ ରହିଛି । କୁର୍ସୁଡଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବା ଯୋଗୁଁ ସହରରୁ ଛାତ୍ରଛାତ୍ରୀମାନେ ଗାଡି ଯୋଗେ ପାଠ ପଢିବା ପାଇଁ ଯାଉଛନ୍ତି । ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଦଶ କିଲୋମିଟର ଦୂରତା ମଧ୍ୟରେ ନିର୍ମାଣ କାହିଁକି ହେଲାନି ? ଜନତା ମାଗୁଛି ଜବାବ୍‌ । ସେହିପରି ସହରରେ ସେଣ୍ଟ୍ରାଲ ସ୍କୁଲ ନିର୍ମାଣ କେବେ ହେବ ? ଯେହେତୁ ଆଦର୍ଶ ବିଦ୍ୟାଳୟ ଦୂରକୁ ଘୁଞ୍ଚିଲା ଏବେ ସମସ୍ତଙ୍କ ଆଶା ସେଣ୍ଟ୍ରାଲ ସ୍କୁଲ ଏଭଳି ଦୁର୍ଦ୍ଦଶାର ଶିକାର ନ ହେଉ। ଯେହେତୁ ଆଉ କିଛି ମାସ ଗଲେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ ସେଥିପାଇଁ ସେଣ୍ଟ୍ରାଲ ସ୍କୁଲ ଅତି ଶୀଘ୍ର ଖୋଲାଯାଉ ବୋଲି ସାଧାରଣରେ ଦାବି ହେଉଛି । ସ୍ଥାନ ନିରୂପଣ ଚୟନ ପ୍ରକ୍ରିୟା ସରିଥିବା କୁହାଯାଉଥିବା ବେଳେ ନିର୍ମ।ଣ କାର୍ଯ୍ୟ ଆରମ୍ଭ ହେବ କେବେ ? ସ୍କୁଲ ପାଇଁ ନାମ ପଞ୍ଜିକରଣ କେବେଠୁ ଆରଂଭ ହେବ? ପାଠ ପଢା କେବେଠୁ ଆରମ୍ଭ ହେବ ? ଏହିଭଳି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଚି । ଆଦର୍ଶ ବିଦ୍ୟାଳୟ ଭଳି କେନ୍ଦ୍ର ବିଦ୍ୟାଳୟ ଖୋଲିବା ସ୍ୱପ୍ନ ହୋଇ ରହି ଯିବନି ତ୍ ? ଟିଟିଲାଗଡ ସହରବାସି ବୁଝି ପାରୁ ନାହାନ୍ତି ସରକାରଙ୍କ କେଉଁ ନିୟମ କିଭଳି କାର୍ଯ୍ୟକାରି ହେଉଛି । ଆଗକୁ ନିର୍ବାଚନ ଆସୁଛି ତାହା ପାଇଁ କିଛି ଘୋଷଣା କଲେ କିମ୍ୱା କିଛି କାର୍ଯ୍ୟ ସମ୍ପନ୍ନ କଲେ ଲୋକ ଜାଣିପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

error: Content is protected !!