oum

ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା । ବଲାଙ୍ଗିର ପୋଲିସ ଏବେ ଫୁଲ୍‌ ଆକ୍‌ଟିଭ ରହି କ୍ରିମିନାଲ୍‌ କ୍ଲିନ୍‌ ପାଇଁ ତତ୍ପର ରହିଥିବା ବେଳେ ବେପରୁଆ ଗାଡି ଚାଳନା ଓ ଅନ୍ୟାନ୍ୟ ଟ୍ରାଫିକ୍‌ ଆଇନ୍‌ ଉଲଂଘନକୁ ରୋକିବା ପାଇଁ ବି ଅଣ୍ଟା ଭିଡିଛି । ସାରା ସହରର ଗଳିକନ୍ଦିରେ ଏବେ ଖଂଜା ଯାଇଛି ଆଡଭାନ୍ସ ସିସିଟିଭି କ୍ୟାମେରା । ସହର ଭିତରେ କ’ଣ ସବୁ ଘଟୁଛି, କିଏ କିପରି ଗାଡି ଚଳାଉଛି, କିଏ ଟ୍ରାଫିକ୍‌ ଆଇନ୍‌ ଉଲଂଘନ କରିଛି ସବୁକୁ ଠିକ୍‌ ଠିକ୍‌ ଦେଖୁଛି ପୋଲିସ୍‌ ସିସିଟିଭି କ୍ୟାମେରା ମାଧ୍ୟମରେ କଣ୍ଟ୍ରୋଲ ରୁମ୍‌ରେ । ଏବେ ସାମାନ୍ୟ ବି ବେପରୁଆ ଗାଡି ଚାଲନା କିମ୍ବା ବିଶୃଙ୍ଖଳିତ ଆଚରଣ ଆପଣଙ୍କୁ ମହଙ୍ଗା ପଡିପାରେ ଗଣିବାକୁ ପଡିପାରେ ଅସମ୍ଭାଳ ଫାଇନ୍‌ । ସହର ସାରା ଖଞ୍ଜା ଯାଇଛି ୧୩୦ଟି ଆଡଭାନ୍ସ ସିସିଟିଭି କ୍ୟାମେରା । ଏହି ସବୁ କ୍ୟାମେରା ଏବେ ରୋକ୍‌ ଠୋକ୍‌ ବଖାଣୁଛି ସହରର ଗତି ଦୁର୍ନୀତି ।

Leave A Reply

Your email address will not be published.