ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ସିବିଏସ୍‌ସି ବୋର୍ଡ ସହ ଅନୁବନ୍ଧିତ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ଚଳିତ ବର୍ଷ ସିବିଏସ୍‌ସି ବୋର୍ଡ ନୂଆଦିଲ୍ଲୀ ସହିତ ଅନୁବନ୍ଧିତ ହୋଇଛି । ଆଜି ମଧ୍ୟାହ୍ନରେ ବଲାଙ୍ଗିର ଖର୍ଲିକାନି ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ସଂଜୀବ କୁମାର ରଥ କହିଛନ୍ତି ଯେ, ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ଜାତୀୟ ସ୍ତରର ଏକ ଫ୍ରାନ୍‌ଚାଇଜ୍‌ ସ୍କୁଲ ହୋଇଥିବା ଯୋଗୁଁ ଏହାର ଅଧ୍ୟାପନା ଦିଗ ଅନ୍ୟ ସ୍କୁଲଗୁଡ଼ିକରୁ ଭିନ୍ନ । ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରରେ ଦକ୍ଷ କରିବା ପାଇଁ ଏଠାରେ ଉତ୍ତମ ଅଧ୍ୟୟନର ସୁଯୋଗ ମିଳିଥାଏ । ସ୍କୁଲରେ ପିଲାଙ୍କ ରୁଚିକୁ ଗୁରୁତ୍ୱ ଦେଇ ଶିକ୍ଷାଦାନ କରାଯାଇଥାଏ । ଏପରିକି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୀତ, ନାଚ ତଥା ଖେଳ ପ୍ରତିଭାର ବିକାଶ ଦିଗରେ ମଧ୍ୟ ଏଠାରେ ବିଶେଷ ଧ୍ୟାନ ଦିଆଯାଇଥାଏ । ତେବେ ସ୍କୁଲର ସମସ୍ତ ଟିଚିଂ ତଥା ନନ୍‌ ଟିଚିଂ ଷ୍ଟାଫ୍‌ଙ୍କ କଠିନ ପରିଶ୍ରମ ସହ ଅବିଭାଭବମାନଙ୍କ ଶୁଭକାମନା ଯୋଗୁଁ ଆଜି ଶେମଫୋର୍ଡ ଫ୍ୟୁଚରିଷ୍ଟିକ୍‌ ସ୍କୁଲ ସିବିଏସ୍‌ସି ବୋର୍ଡ ନୂଆଦିଲ୍ଲୀ ସହିତ ଅନୁବନ୍ଧିତ ହୋଇପାରିଛି ବୋଲି ନିର୍ଦ୍ଦେଶକ ଶ୍ରୀ ରଥ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଶ୍ରୀ ରଥଙ୍କ ସହ ସଭାପତି ଆଶୀଷ କୁମାର ରଥ, ପ୍ରଶାସିକା ନୀଲମ୍‌ ରଥ ଏବଂ ଅଧ୍ୟକ୍ଷ ପ୍ରତାପ କୁମାର ଜେନା ଉପସ୍ଥିତ ଥିଲେ ।

Leave A Reply

Your email address will not be published.