ls

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ସହକାରୀ ଡାକ ଅଧିକ୍ଷକ

sb

ଅନୁଗୁଳ : ସିବିଆଇ ପଞ୍ଝାରେ ଅନୁଗୁଳ ମୁଖ୍ୟ ଡାକଘର ସହକାରୀ ଡାକ ଅଧିକ୍ଷକ । ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରାପଡ଼ିଲେ ଟିକନ କୁମାର । ଅନୁଗୁଳ ଜିଲ୍ଲା କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୂଚନା ଅନୁସାରେ, କୁରୁଡୁଲ ପୋଷ୍ଟ ଅଫିସର ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଶୁଭ୍ରାଂଶୁ ପ୍ରଧାନ ଚାକିରି କରୁଥିବା ବେଳେ ଅନୁଗୁଳ ମୁଖ୍ୟ ଡାକଘରର ଅଧିକ୍ଷକ ଟିକନ କୁମାର ଦେବତା ତାଙ୍କୁ ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ତାଙ୍କୁ ଦୂରକୁ ବଦଳି କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଆଉ ଏଥିପାଇଁ ସମ୍ପୃକ୍ତ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଶୁଭ୍ରାଂଶୁ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ଶୁଭ୍ରାଂଶୁଙ୍କ ଅଭିଯୋଗ କ୍ରମେ ସିବିଆଇ ଯୋଜନା ଆରମ୍ଭ କଲା । ଠିକ୍‌ ଲାଞ୍ଚ ମାଗିବା ବେଳେ ମଙ୍ଗଳବାର ସହକାରୀ ଡାକ ଅଧିକ୍ଷକଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଥିଲା ସିବିଆଇ । ସେପଟେ ସମାନ ଦିନରେ ତାଙ୍କ କାର୍ଯ୍ୟାଳୟ ଓ ଅମଲାପଡା ସ୍ଥିତ ବାସ ଭବନରେ ମଧ୍ୟ ଚଢ଼ାଉ କରିଛି ସିବିଆଇ ।

pc pk
Leave A Reply

Your email address will not be published.