oum

ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ

jsm

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍‌ଚୁଆଲ ମାଧ୍ୟମରେ ସନ୍ଧ୍ୟା ୫ଟାରେ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା”ର ନୂତନ ସ୍ମାର୍ଟ କାର୍ଡ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ କୋଷାଗୁମୁଡ଼ା ବ୍ଲକର ୪୨,୪୪୧ଜଣ ଉପଭୋକ୍ତା ଓଡ଼ିଶା ସରକାରଙ୍କ ଦ୍ୱାରା ମୁକ୍ତ ଭାବେ ପାଞ୍ଚ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଗତ ଚିକିତ୍ସାର ଲାଭ ଉଠାଇ ପାରିବେ । ଏହି ପରିପ୍ରେକ୍ଷୀରେ କୋଷାଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ମିତା କାର୍ତ୍ତିକ, ଡ଼ାବୁଗାଁ ବିଧାୟକ ମୋନହର ରନ୍ଧାରୀ, ବ୍ଲକ ଚେୟାରମ୍ୟାନ ଗୀତାମଣି ସମରଥ, ଭାଇସଚେୟାରମ୍ୟାନ ପଦ୍ମସାଇ ମାଳି, କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା, ବିଜେଡ଼ି ନେତା ଯୋଗେନ୍ଦ୍ର ସ୍ୱଇଁ, ବଦ୍ରିନାରାୟଣ ସିଂ, ପ୍ରଶାନ୍ତ ବକ୍ସି, ଥାନା ଅଧିକାରୀ ସରିତା ମହାପାତ୍ର, ଏଏସଆଇ ଅଲୋକ ପ୍ରସାଦ ଭୋଇ, ଏସ୍‌ବି ମଙ୍ଗରାଜ, ସିଡ଼ିପି ଗୀତାଞ୍ଜଳି ମହାରଣା, ସ୍ଥାନୀୟ ସରପଞ୍ଚ ନେତୁପୂଜାରୀ, ଦେବରାଜ ମାଝୀ, ପ୍ରହଲ୍ଲାଦ ଭତ୍ରା, ଫିସେର ଅଫିସର ଗିରିଜାଶଙ୍କର ପଟ୍ଟନାୟକ, ଚିନ୍ମୟ ପଟ୍ଟନାୟକ ଓ କୋଷାଗୁମୁଡ଼ା ଯୋଗାଣ ଅଧିକାରୀ ରାଜେଶ ଶବରଙ୍କ ସହ ବ୍ଲକର କର୍ମଚାରୀ, ସ୍ଥାନୀୟ ପୋଲିସ, ସ୍ଥାନୀୟ ଭଦ୍ର ମଣ୍ଡଳୀ ଓ ସାଧାରଣ ଲୋକଙ୍କ ଉପସ୍ଥିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.