ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍‌ : ୧ ମୃତ

ବାଲିଗୁଡ଼ା/ସାରଙ୍ଗଡ : ଭାରସାମ୍ୟ ହରାଇ ୧୫ ଫୁଟ ପୋଲ ତଳକୁ କାର୍ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ୪ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୋମବାର ସକାଳେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପଦାସାହି ଅଞ୍ଚଳର ଅଶୋକ ବେହେରାଙ୍କ ପରିବାର ଭଞ୍ଜନଗରରୁ ଏକ ସ୍ବିଫ୍ଟ କାର୍ ଯୋଗେ ନିଜ ଗାଁ ସାରଙ୍ଗଡକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ସାରଙ୍ଗଡ଼ ଥାନା ବନାଙ୍ଗିଆ ଡ୍ୟାମ୍ ନିକଟସ୍ଥ ଏକ ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ କାରରେ ଥିବା ଜଣେ ୩ବର୍ଷର ନାବାଳିକା ଶିଶୁ କନ୍ୟା ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ଚାରିଜଣ ଗୁରୁତର ଆହତ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ୪ ଜଣ ଗୁରୁତର ଥିବାରୁ ଫୁଲବାଣୀ ଜିଲ୍ଲା ହସପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ଘଟଣା ସ୍ଥଳରେ ସାରଂଗଡ଼ ଥାନା ଅଧିକାରୀ ବିଦୁଲିକା ବିଶ୍ୱାଳ ଏବଂ ଏଏସ୍‌ଆଇ କେଶବ ଭାତ୍ରା ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମଙ୍ଗଳବାର ବାଲିଗୁଡା ପଠାଯିବ ବୋଲି ସାରଂଗଡ଼ ଥାନା ଅଧିକାରୀ ବିଦୁଲିକା ବିଶ୍ୱାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!