କାରକୁ ଧକ୍କା ଦେଲା କାର, ଅଳ୍ପକେ ବର୍ତିଲେ ଦୋକାନୀ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ କଲେଜ ଛକ ନିକଟରେ ଥିବା ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଏକ କାରକୁ ଅନ୍ୟ ଏକ କାର ଧକ୍କା ଦେବାରୁ ଦୋକାନୀ ଜଣଙ୍କ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପୁରୁଣାକଟକ କଲେଜ ଛକ ଆଦିକନ୍ଦ ସିନାରୀ ନାମକ ଏକ ଫର୍ନିଚର ଦୋକାନ ସମ୍ମୁଖରେ ହରଭଙ୍ଗା ତହସିଲର ସୁପରଭାଇଜର ନିଷିକାନ୍ତ ମେହେରଙ୍କ କାର ନମ୍ବର ଓଡ଼ି ୨୭ ୬୬୬୬ ଗାଡି ଠିଆ ହୋଇଥିଲା । ଚାରିଛକ ପଟୁ ଆସୁଥିବା ଅନ୍ୟ ଏକ କାର ତାଙ୍କ କାରକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିଲା ଦୁର୍ଘଟଣା ଘଟାଇ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ସମୟରେ ପୁରୁଣାକଟକ ପୁଲିସ କାରକୁ ସ୍ୱାଦିଷ୍ଟ ଢ଼ାବା ନିକଟରୁ ଧରି ଥାନାକୁ ନେଇଥିବା ଜଣାପଡିଛି । ଦୁର୍ଘଟଣାରେ କାହାର କ୍ଷତି ଘଟି ନଥିବା ମଧ୍ୟ ଜଣାପଡ଼ିଛି । ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଲାଇଛି ।

Leave A Reply

Your email address will not be published.