oom

ଦିବଙ୍ଗତ ଡାକ୍ତରଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କଲିକତାରେ ବଳାତ୍କାରର ଶିକାର ହୋଇ ମୃତ୍ୟୁବରଣ କରିଥିବା ଡାକ୍ତରାଣୀଙ୍କ ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ ତରଫରୁ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଇସ୍ପାତ ମାର୍କେଟ ଠାରୁ ବାହାରି ପରିବା ମାର୍କେଟ ଦେଇ ଆଇଜିଏଚ ଗେଟ୍ ଠାରେ ପହଞ୍ଚିଥିଲା । ଏହି ଅବସରରେ ବ୍ରଳତ୍କାରୀ ଓ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାପାଇଁ ଦାବି କରାଯାଇଥିଲା । ସେହିପରି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଆଇଜିଏଚ ଗେଟ୍ ସମ୍ମୁଖରେ ବିରୋଧର ପ୍ରତୀକାତ୍ମକ ଭାବେ ମହମବତୀ ଜଳାଇ ପ୍ରତିବାଦ କରାଯାଇଥିଲା । ମାଣିକ ଫାଉଣ୍ଡେସନର ସଭାପତି କାମିନୀ ମହନ୍ତଙ୍କ ନେତୃତ୍ୱ ଓ ପ୍ରତିଷ୍ଠାତା କାର୍ତ୍ତିକ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଲାଟଇନ୍ଦୁ ଆଚାର୍ଯ୍ୟ, ସମାଜସେବୀ ସୁଧୀର ସୁନ୍ଦର ରାୟ, ସମରକାନ୍ତ ମଲ୍ଲିକ, ସଲିଲ ସାହୁ, ରାକେଶ ପଣ୍ଡାଙ୍କ ସମେତ ଅନୁଷ୍ଠାନର ସୁମିତ୍ରା, ଅଜିତା, ଗୁରବିନ୍ଦର, ପ୍ରତିମା, ସୁମତୀ, ତୁଳସୀ, ଶାନ୍ତି, ସରୋଜିନୀ, ସୁଜାତା, କଲ୍ୟାଣୀ, ମୀନାକ୍ଷୀ, ରୀମା, ଅର୍ଚ୍ଚନା, ଦିବାକର, ଦେବାଶିଷ, କୁଞ୍ଜବିହାରୀ, ବନଜା, କୁନିଅପା ପ୍ରମୁଖ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.