ପ୍ରଧାନମନ୍ତ୍ରୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ କଲ୍

  • ଦୁଇ ନେତା ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇ ଜନତାଙ୍କ ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି
  • ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ପ୍ରାଥମିକତା ଚିହ୍ନଟ କଲେ
  • ସମସ୍ତ ପ୍ରକାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ପୁନର୍ବାର ଦୋହରାଇଲେ
  • ପ୍ରଧାନମନ୍ତ୍ରୀଙ୍କୁ ଗାଜା ଶାନ୍ତି ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
  • ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସ ଉପରେ ଭାରତର ନିରନ୍ତର ସମର୍ଥନକୁ ପୁନଃଦୋହରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ୍ କରିଛନ୍ତି । ଉଭୟ ନେତା ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଉଭୟ ଦେଶର ଜନତାଙ୍କ ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । ସେମାନେ ଆଗାମୀ ବର୍ଷରେ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ପ୍ରାଥମିକତା ଚିହ୍ନଟ କରିଥିଲେ, ଯାହା ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ, ଗଭୀର ପାରସ୍ପରିକ ବିଶ୍ୱାସ ଏବଂ ଏକ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ । ସେମାନେ ସମସ୍ତ ପ୍ରକାର ଆତଙ୍କବାଦ ପ୍ରତି ନିଜର ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟକୁ ପୁନର୍ବାର ଦୋହରାଇବା ସହ ଏହି ବିପଦ ବିରୁଦ୍ଧରେ ଲଢ଼ିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ପ୍ରଧାନମନ୍ତ୍ରୀଙ୍କୁ ଗାଜା ଶାନ୍ତି ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ପୁନଃଦୋହରାଇଥିଲେ । ସେମାନେ ପାରସ୍ପରିକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ଆଦାନପ୍ରଦାନ କରିଛନ୍ତି । ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି ।

Leave A Reply

Your email address will not be published.