centurian jitm

ଗୁଞ୍ଚିତରା ଗ୍ରାମର ଦୁର୍ଘଟଣାରେ ମୃତ ଛାତ୍ରଙ୍କ ଚକ୍ଷୁଦାନ କଲେ ବାପା ମା

  • ପୁଅର ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ତିଥି ଭୋଜନ ଦେଲେ
  • ସ୍ୱର୍ଗତ ଛାତ୍ର ଚକ୍ଷୁ ଦାନ କରିଥିବାରୁ ଏହି ମହତ କାର୍ଯ୍ୟ ପାଇଁ ବାପା ଓ ମାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନ ଶିକ୍ଷୟିତ୍ରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସିରୋଲ କ୍ଲଷ୍ଟରର ଗୁଞ୍ଚିତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ମଧୁସୂଦନ ଭାଟିଙ୍କ ପୁଅ ବିପୁନ୍ ରାଜଭାଟି (୧୧)ଷଷ୍ଠ ଶ୍ରେଣୀର ଛାତ୍ର ଥିଲେ । ବାଇକ ଧକ୍କାରେ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ପ୍ରଥମେ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବଲାଙ୍ଗିର ଭୀମ ଭୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ ତା ୨/୨/୨୫ରେ ମୃତ୍ୟୁ ହୋଇଯାଇଥିଲା । ବାପା, ମା’ ପୁଅର ଉଭୟ ଚକ୍ଷୁଦାନ କରି ଏକ ମହତ କାର୍ଯ୍ୟ କରିଥିଲେ । ସ୍ୱର୍ଗତ ଛାତ୍ର ବିପୁନ୍ ରାଜର ବାପା ମା’ ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ତିଥି ଭୋଜନ ବ୍ୟବସ୍ଥା କରିଥିଲେ । ଏହି ଉପଲକ୍ଷେ ପ୍ରଧାନଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ତତ୍ୱାବଧାନରେ ସ୍କୁଲରେ ଏକ ସ୍ମୃତି ଚାରଣ ସଭା କରିଥିଲେ । ସେ ଜଣେ ଆଜ୍ଞାଧୀନ ଛାତ୍ର ଥିଲେ । ଭଲ ପାଠ ପଢୁ ଥିଲେ । ତାଙ୍କର ଅକାଳ ବିୟୋଗରେ ବିଦ୍ୟାଳୟ ଜଣେ ମେଧାବୀ ଛାତ୍ରକୁ ହରାଇଥିବା କହିଥିଲେ । ସମସ୍ତ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଅର ଚକ୍ଷୁଦାନ କରିଥିବାରୁ ଏହି ମହାନ କାର୍ଯ୍ୟ ପାଇଁ ବାପା ମଧୁସୂଦନ ଭାଟି ଓ ମା ମାଳତୀ ଭାଟିଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ସମର୍ଦ୍ଧିତ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ, ପ୍ରିୟଦର୍ଶିନୀ ସ୍ୱାଇଁ, ସରୋଜିନୀ ମିଶ୍ରଙ୍କ ସହ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.