
ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଅନୁମୋଦନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ନଗର ଉନ୍ନୟନ, କୃଷି, ଯୋଗାଣ, ସମବାୟ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଅନୁମୋଦନ ହେବା ସମ୍ଭାବନା ରହିଛି ।