oom

ଅଲ୍‌ ଇଣ୍ଡିଆ ସିଏ ପରୀକ୍ଷାରେ ସିଏନ୍‌ସି କଲେଜର ସଫଳତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଇଣ୍ଡିଆ ସିଏ ପରୀକ୍ଷାରେ ବଲାଙ୍ଗିର ସିଏନ୍‌ସି କଲେଜର ପୁଣି ସଫଳତା । କଲେଜରେ ୨୦୧୪ ମସିହାରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଚାଟେର୍ଡ ଆକାଉଣ୍ଟାଣ୍ଟରେ ସଫଳତା ପାଇଛନ୍ତି । କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୨୧ ଡିସେମ୍ବର ସିଏନ୍‌ସି କଲେଜ ଛାତ୍ରୀ ସୁପ୍ରିୟା ଅଗ୍ରୱାଲ ଓ ରଚନା ଅଗ୍ରୱାଲ ସିଏ ପରୀକ୍ଷାରେ ଫାଇନାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସିଏନ୍‌ସି କଲେଜର ବାଣିଜ୍ୟ ବିଭାଗରେ ଅଧ୍ୟୟନ କରିଥିବା ୯ଜଣ ଛାତ୍ରଛାତ୍ରୀ ସିଏ ହୋଇସାରିଛନ୍ତି । ଅଦିତି ଅଗ୍ରୱାଲ, ଶ୍ରେୟାଂଶ ଜୈନ, ସମ୍ବିଦ ଅଗ୍ରୱାଲ, ରୋୟାଲ ଦଲାଇ, ଦିବ୍ୟାଂଶ ଅଗ୍ରୱାଲ, ବାଦଲ ଅଗ୍ରୱାଲ, ଚମନଲାଲ ଅଗ୍ରୱାଲ, ରିୟା ଗୋୟାଲ, ପୁଷ୍ପକ ଜୈନ ଏଥିରେ ଉତ୍ତୀର୍ଣ୍ଣ ହୋଇ କଲେଜର ଗୌରବ ବଢ଼ାଇଥିବା ବେଳେ ଅଦିତି ଅଗ୍ରୱାଲ ସର୍ବଭାରତୀୟ ର‍୍ୟାଙ୍କରେ ସର୍ବମୋଟ ୪ଶହ ମାର୍କରୁ ୩୨୫ମାର୍କ ରଖିଛନ୍ତି । ଏନେଇ କଲେଜ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଏବଂ ଶୁଭେଚ୍ଛା ଜଣାଇଛନ୍ତି କଲେଜ ପରିଚାଳନା କମିଟି ଓ କର୍ମଚାରୀ ।

jittmm
Leave A Reply

Your email address will not be published.