oom

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଯୋଗ କର୍ମଶାଳା

jsmm

ନୂଆଦିଲ୍ଲୀ, (ପିଆଇବି) : ପ୍ରତିବର୍ଷ ଜୁନ ୨୧ ତାରିଖରେ ବିଶ୍ୱବ୍ୟାପୀ ପାଳନ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୨୫ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏକ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା । ୧୧ ଜୁନ୍, ୨୦୨୫ରେ ନୂଆଦିଲ୍ଲୀର ସମ୍ବିଧାନ ସଦନ କମିଟି ରୁମ୍ ୬ରେ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା । ଦିଲ୍ଲୀର ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଯୋଗ ବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ରମେଶ କୁମାରଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ସତ୍ୟ ପ୍ରକାଶ କର୍ମଶାଳାକୁ ଉଦଘାଟନ କରିଥିଲେ । ଆମ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱ କଣ ତା ଉପରେ ଆଲୋକପାତ କରିଥିଲେ ଡକ୍ଟର ରମେଶ କୁମାର । ଡକ୍ଟର ରମେଶ କୁମାର ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରାଇଥିଲେ । ଅଫିସ କାମ ସମୟରେ ଯୋଗ ମାଧ୍ୟମରେ କିପରି ଚାପ ହ୍ରାସ କରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରିହେବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଡକ୍ଟର ସତ୍ୟ ପ୍ରକାଶ, ଅତିରିକ୍ତ ସଚିବ, ଏ.ବି. ଆଚାର୍ଯ୍ୟ, ନିର୍ଦ୍ଦେଶକ, ସଞ୍ଜୀବ, ନିର୍ଦ୍ଦେଶକ (ଏନଆଇସି), ମୁକେଶ କୁମାର, ଉପସଚିବ, ଏସ.ଏସ. ପାତ୍ର, ଉପସଚିବ ଏବଂ ମନ୍ତ୍ରଣାଳୟର ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.