jayashree

ଘୋରଡିଆ ରାଧାକାନ୍ତ ଦେବ ମଠରେ ୬୪ ପ୍ରକାର ବ୍ୟଞ୍ଜନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବ୍ୟଞ୍ଜନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମଠ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୃଷ୍ଟିକର ବ୍ୟଞ୍ଜନ ପ୍ରସ୍ତୁତ କରି ସମର୍ପିତ କରିଥିଲେ ବୋଲି ଆବାହନ କାଳରୁ ଶାସ୍ତ୍ରୀୟ ମତ ରହଛି । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ମଠରେ ଗୁରୁବାର ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ନିକଟରେ ୬୪ ପ୍ରକାର ନିରାମିଷ, ସ୍ୱାଦିଷ୍ଟ ବ୍ୟଞ୍ଜନ ପୂଜା କରାଯାଇଥିଲା । ଏଥିରେ ଅନ୍ନ, ଡାଲି, ଭଜା, ଖଟା, ସାଗ, ‘ୀରୀ, ବେସର, ତରକାରୀ, ଭର୍ତା ପ୍ରତ୍ୟେକ ତିନିପ୍ରକାର ହୋଇଥିବା ବେଳେ ବିଭିନ୍ନ ପ୍ରକାର ଫଳମୂଳ, ବିରିବରା, ବୁଟୋଶଲା, ଡାଳିମ୍ବ, ଚୁଡାଘଷା, ଖଇ, କୋରାରେ ପ୍ରସ୍ତୁତ ୬୪ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥିଲା । ମଠ ମାଲିକ ଦେବଜ୍ୟୋତି ପଟ୍ଟନାୟକ, ଭଉଣୀ ଦୀପ୍ତି ପଟ୍ଟନାୟକ ଓ ଏହାର ପରିଚାଳକ ଦଃଶାସନ ମଙ୍ଗରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମଠର ମୁଖ୍ୟ ପୁରୋହିତ ତ୍ରିବିକ୍ରମ ମିଶ୍ର, ପୂଜକ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଠାକୁରଙ୍କ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରି ଏହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୁପେ ସମ୍ପନ୍ନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ମୋତ୍ୱାରୀ, ମାନସ ମୋତ୍ୱାରୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ସାମନ୍ତରରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ସୋମନାଥ ମଙ୍ଗରାଜ, ଆର୍ତତ୍ରାଣ କୋଦମାସିଂହ, କାଳୁ ରଣା, ଭବାନୀ ଶଙ୍କର ବାରିକ, ଗୌରୀ ଶଙ୍କର ବାରିକ, ଲକ୍ଷ୍ମଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ରାଧାମୋହାନ ଦେବ ମଠରେ ମଧ୍ୟ ଅନୁରୁପ ବ୍ୟଞ୍ଜନ ଦ୍ୱାଦଶୀ ପର୍ବ ପାଳିତ ହୋଇଯାଇଛି ।

Leave A Reply

Your email address will not be published.