କଣ୍ଟାବାଞ୍ଜିରେ ଡ୍ରେନେଜ୍ ବ୍ୟବସ୍ଥା ଫେଲ୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ପ୍ରବଳ ବର୍ଷା ଯୋଗୁଁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଭିତରେ ଥିବା ଜିଆର୍‌ପି ପୋଷ୍ଟରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଳବାଇ ବିଭାଗର ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍‌ ବ୍ୟବସ୍ଥା କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ବାରମ୍ବାର ଉକ୍ତ ପୋଷ୍ଟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି । ଲଗାଣ ବର୍ଷା ଯୋଗୁଁ ଆଣ୍ଠୁଏ ପାଣି ଜମା ହୋଇ ରହିବା ସହ ଅଫିସ ଭିତରେ ଥିବା କାଗଜପତ୍ର ବର୍ଷାଜଳ ପଶି ଭିଜିଯାଉଛି । ଏହି ବିଷୟ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଏଠି ଡ୍ରେନ୍‌ ବ୍ୟବସ୍ଥା ସୁଧୁରି ନାହିଁ । ବାରମ୍ବାର ଅନୁରୋଧ ସତ୍ୱେ ସମସ୍ୟାର ସମାଧାନ ହୋଇ ପାରିନଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.