om academy

ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକଙ୍କ ଟୀକାକରଣ ନିମନ୍ତେ ବିଶେଷ ବ୍ୟବସ୍ଥା

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ଼ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ କୋଭିଡ଼ ଟିକାକରଣ ପାଇଁ ବିଶେଷ ପଦକ୍ଷେପ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଛି । ଏହି ପରିପେକ୍ଷୀରେ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ସଭାକକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମ୍ବାଦିକ ମାନଙ୍କୁ ନେଇ ଆୟୋଜିତ ବୈଠକରେ ସୂଚନା ପ୍ରଦାନ କରାଯାଇଛି । ଏହି ବୈଠକରେ ଡଃ ଦିଲୀପ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ, ସୁବର୍ଣ୍ଣପୁର ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ, ଜିଲ୍ଲାରେ ୬୦ କିମ୍ବା ତଦୁର୍ଦ୍ଧ ବୟସ୍କ ନାଗରିକ ଓ ୪୫ ବର୍ଷରୁ ଉର୍ଦ୍ଧ ଗୁରୁତର ରୋଗରେ ପୀଡିତ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କୋଭିଡ଼ ଟିକାକରଣ ଆମ ଜିଲ୍ଲାରେ ଗତକାଲି ଅର୍ଥାତ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ କରାଯାଇଛି । ବୟସ୍କଙ୍କ ଟିକାକରଣ କାର୍ୟ୍ୟକ୍ରମ ପ୍ରଥମ ଦିନରେ ଉତ୍ସାହ ଜନକ ଥିବା ସହ ସମୁଦାୟ ୪୮୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏହି ଟିକାକରଣ ଆଜି ମଧ୍ୟ ଚାଲୁରହି ଥିବା ସୂଚନା ପ୍ରଦାନ କରିଥିଲେ । ମାର୍ଚ୍ଚ ୧ ଓ ୨ ତାରିଖ ୫ଟି କେନ୍ଦ୍ରରେ ଯଥା – ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ବୀ କେନ୍ଦ୍ର, ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟିକାକେନ୍ଦ୍ର ଠାରେ ଟିକାକରଣ କାର୍ୟ୍ୟକ୍ରମ ଚାଲୁଅଛି । ଉପରୋକ୍ତଏହି ୫ଟି କେନ୍ଦ୍ରରେ ପ୍ରତି କେନ୍ଦ୍ରରେ ୧୦୦ ଜଣଲେଖାଏଁ ଟିକାପ୍ରଦାନ କରାଯିବ । ସେହିପରି ଆସନ୍ତା ବୁଧବାର, ଗୁରୁବାର ଓ ଶୁକ୍ରବାର ଯଥା-ତାରିଖ ୦୩, ୦୪ ଓ ୦୫ ମାର୍ଚ୍ଚ- ୨୦୨୧ ତିନି ଦିନଧରି ଉଲ୍ଲେଖିତ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାର ବିଭିନ୍ନ ୧୫ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସ୍ତୁତ ଟିକାକରଣ କେନ୍ଦ୍ର ଯଥକ୍ଷ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୋନପୁର, ଉପଖଣ୍ଡ ଚିକିସ୍ବାଳୟ, ବୀରମହାରାଜପୁର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର – ବିନିକା, ଡୁଙ୍ଗୁରିପାଲି, ନାଇକେନପାଲି, ତରଭା, ଉଲୁଣ୍ଡା ସହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର – ମହାଦେବପାଲି, ସୁବଳୟା, ମୁରଷୁଣ୍ଡି, ଶୁଖା, ରାମପୁର, କମସରା, ମେଣ୍ଡା ଓ ଯାଲୋଏ ଟିକାକରଣ କେନ୍ଦ୍ର ଠାରେ ଦୈନିକ ପ୍ରତି କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ବ୍ୟକ୍ତି ବିଶେଷଙ୍କୁ ଟିକା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିନିମନ୍ତେ ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଓ ୪୫ ବର୍ଷରୁ ଉର୍ଦ୍ଧ ଗୁରୁତର ରୋଗରେ ପୀଡିତ ବ୍ୟକ୍ତି ବିଶେଷ ସେମାନଙ୍କ ନାମକୁ ଉପରୋକ୍ତ କେନ୍ଦ୍ରରେ ନିଜେ ଉପସ୍ଥିତ ରହି ଅଫଲାଇନ୍ ମାଧମରେ ନିଜ ଅଂଚଳ ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର ଟିକାକରଣ କେନ୍ଦ୍ରରେ ନାମକୁ ପଞ୍ଜିକରଣ କରାଇବା ସହ ଟିକାଗ୍ରହଣ କରିପାରିବେ । ଏହା ବ୍ୟତୀତ ବ୍ୟକ୍ତି ବିଶେଷ ଯେଉଁମାନେ
ଅନଲାଇନରେ ନାମ ପଞ୍ଜିକରଣ କରିବେ ସେମାନେ ନିଜର ମୋବାଇଲ ଜରିଆରେ www.self registration.cowin.gov.in କିମ୍ବା ଆରୋଗ୍ୟ ସେତୁ ଆପ୍ ଜରିଆରେ ଜିଲ୍ଲାର ଉଦ୍ଧିଷ୍ଟ ଟିକାକରଣ କେନ୍ଦ୍ର ଯଥା – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟିକାକରଣ କେନ୍ଦ୍ର, ସୋନପୁର ଓ ଉପଖଣ୍ଡ ଚିକିତ୍ସାଳୟ ଟିକାକରଣ କେନ୍ଦ୍ର, ବୀରମହାରାଜପୁର ପାଇଁ ନିଜର ନାମ ପଞ୍ଜିକରଣ କରାଇପାରିବେ । ବ୍ୟକ୍ତି ବିଶେଷ ଯେଉଁମାନେ ଅଫଲାଇନ୍ ମାଧମରେ ପଞ୍ଜିକରଣ କରାଇବାକୁ ରହୁଁଛନ୍ତି ସେମାନେ ସାଙ୍ଗରେ ନିଜର ଅକ୍ଷଧାରକାର୍ଡ କିମ୍ବା ଅନ୍ୟାନ୍ୟ ସରକାରୀ ପ୍ରଦତ୍ତ ଚାଲୁ ରହିଥିବା ପରିଚୟ ପତ୍ର ସକ୍ଷଙ୍ଗରେ ନେଇ ଆସିବେ । ପୁନଶ୍ଚ ଯେଉଁମାନେ ଅନଲାଇନ୍ ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ସେମାନେ ପଂଜିକରଣରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଜିଲ୍ଲା ସ୍ତରରେ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମ୍ ର ଯୋଗାଯୋଗ ନଂ ୭୮୪୬୮୫୦୫୫୩ ଏବଂ ଅନ୍ୟ ଏକ ଯୋଗାଯୋଗ ନଂ୯୪୩୯୯୮୭୭୨୨ ସହ ଯୋଗାଯୋଗ କରି ଆବଶ୍ୟକ ସୁବିଧା ନେଇ ପାରିବେ । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଖୋଲାଯାଇଥିବା ଟିକାକରଣ କେନ୍ଦ୍ର ବ୍ୟତିତ ବେସରକାରୀ ସ୍ତରରେ ଆମ ଜିଲ୍ଲା ପାଇଁ ସରକାରଙ୍କ ଦ୍ବାରା ଅନୁବନ୍ଧିତ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି ରେ ମଧ୍ୟ ଏହି ଟିକାକରଣ ସୁବିଧା ଉପରୋକ୍ତ ଦିନ ଗୁଡିକରେ ସକାଳ ୯ ଘଟିକା ଠାରୁ ଅପରାହ୍ନ ୫ ଘଟିକାର ପର୍ୟ୍ୟନ୍ତ ଉପଲବ୍ଧ ରହିବ । ସରକାରୀ ଟିକାକରଣ କେନ୍ଦ୍ର ଗୁଡିକରେ ଟିକାକରଣ ଦେୟ ମୁକ୍ତ ରହିଥିବା ବେଳେ ବେସରକାରୀ କେନ୍ଦ୍ରରେ ଏହା ଗୋଟିଏ ଟୀକା ପାଇଁ ସରକାରଙ୍କର କୋଭିତ ଗାଇଡ୍ ଲାଇନ ଅନୁଯାଇ ଧାର୍ୟ୍ୟ ମୂଲ୍ୟ ୨୫୦ ଟଙ୍କା ରହିଛି । ବେସରକାରୀ ଟୀକାକେନ୍ଦ୍ରରେ ଟୀକାନେବାକୁ ରହୁଁଥିବା ବ୍ୟକ୍ତି ବିଶେଷ ପଣ୍ଡାପାଲି, ନେତ୍ର ଚିକିତ୍ସାଳୟର ନୋଡାଲ ଅଫିସର ଜି.ଗୋପାଲଙ୍କୁ ମୋବାଇଲ ନଂ.୯୭୭ ୭୭୯୮୨୮୧ ରେ ଯୋଗାଯୋଗ କରିପାରିବେ । ଏହି ଟିକାକରଣ କାର୍ୟ୍ୟକ୍ରମ ଉପରୋକ୍ତ ଧାର୍ୟ୍ୟ ତାରିଖ ବ୍ୟତିତ ଆଗକୁ ମଧ୍ୟ ଚାଲୁରହିବ । ଏଣୁ ଜିଲ୍ଲାର ଜନସାଧାରଣ ଏହାର ସୁବିଧା ନେବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ଡ଼ଃ,ପଣ୍ଡା ସୂଚନା ପ୍ରଦାନ କରିବା ସହ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.