ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଫଟକା ବ୍ୟବସାୟୀ ସଂଘର ଏକ ଜରୁରୀ କାଳୀନ ବୈଠକ ବରପାଲିପଡ଼ା ମାନସୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ଫଟକା କେମିତି ସୁରୁଖୁରୁରେ ବିକ୍ରି ହେବ ତାହା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାପ୍ରଶାସନ ଦ୍ୱାରା ଫଟକା ବ୍ୟବସାୟୀ ମାନଙ୍କୁ ଏଯାବତ ଭଲ ଜାଗା ଖଣ୍ଡେ ଦିଆଯାଇ ପାରିନାହିଁ । ଏଥି ପାଇଁ ଫଟକା ବ୍ୟବସାୟୀ ସଂଘ ଜିଲ୍ଲା ପ୍ରଶାସନକୁ ଏ ସମ୍ବନ୍ଧରେ ଲିଖିତ ଭାବରେ ଜଣାଇ ଥିବା କୁହାଯାଇଥିଲା । ପରେ ପରେ ଆୟୋଜିତ ନୂତନ କର୍ମକର୍ତ୍ତା ଆୟୋଜନ ଉତ୍ସବରେ ସର୍ବ ସମ୍ମତି କ୍ରମେ ସଭାପତି ସୌମ୍ୟରଞ୍ଜନ ପଣ୍ଡା (କାହ୍ନା), ଉପସଭପତି ଅରୁଣ ରାଉତ, ସମ୍ପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ (ପିଙ୍କୁ) ଏବଂ କୋଷାଧ୍ୟକ୍ଷ ରାମଗୋପାଳ ନାଥ (ରାମ)ଙ୍କୁ ଚୟନ କରାଯାଇଥିଲା । ବୈଠକରେ ସଂଗ୍ରାମ, ପ୍ରେମ, ବିଦେଶୀ, ପଞ୍ଚା, ସତ୍ୟମ, ଟୁଲୁ, ନେପାଲ, ଅଜିତ, ବବଲୁ, ନୀତେଶ, ନାରାୟଣ, ବଣ୍ଟି ମିଶ୍ରଙ୍କ ସହିତ ଶତାଧିକ ଫଟକା ବ୍ୟବସାୟୀ ବୈଠକରେ ଉପସ୍ଥିତ ଥିଲେ ।
Prev Post
Next Post