ଭୁବନେଶ୍ୱର, (କେପିଏନ୍ଏସ୍) : ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପିପୁଲ୍ ବଜେଟ୍ ଓଡିଶା ୨୦୨୨ରେ ମିଶନ ଶକ୍ତି ଅଧୀନ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ୨,୦୦୦ କୋଟି ବ୍ୟୟବରାଦ ହୋଇଛି । ଏଥିରେ ‘ମିଶନ ଶକ୍ତି’ ଗୃହ ନିର୍ମାଣ ସହ ଏସ୍ଏଚ୍ଜି ସଦସ୍ୟାଙ୍କ ଆୟ ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।