କରୋନା ପାଇଁ ଡେଲାଙ୍ଗରେ ଅଧିକ ୩୦ଟି ଅତିରିକ୍ତ ବୁଥ କେନ୍ଦ୍ର : ସମ୍ବେଦନଶୀଳ ଓ ଜଟିଳ ବୁଥ କେନ୍ଦ୍ରରେ ସିିସି କ୍ୟାମରା ବ୍ୟବସ୍ଥା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂର୍ବରୁ ଡେଲାଙ୍ଗରେ ୧୧୯ଟି ବୁଥ କେନ୍ଦ୍ର ରହିଥିଲା, ଚଳିତ ଉପନିର୍ବାଚନରେ କରୋନା ପାଇଁ ଅଧିକ ୩୦ଟି ଅତିରିକ୍ତ ବୁଥ କେନ୍ଦ୍ର କରାଯାଇଛି । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଛ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବୁଥ କେନ୍ଦ୍ରକୁ ୩ଟି ସ୍ତରରେ ଯଥା–ଜଟିଳ, ସମ୍ବେଦନଶୀଳ ଓ ସାଧାରଣ ଭାବେ ଚିହ୍ନଟ କରାଯାଇଛି । ୪୨ଟି ବୁଥ କେନ୍ଦ୍ର ଜଟିଳ ଓ ୩୧ଟି କେନ୍ଦ୍ର ସମ୍ବେଦନଶୀଳ ଥିବା ବେଳେ ୭୬ଟି କେନ୍ଦ୍ର ସାଧାରଣ ରୁପେ ଚିହ୍ନଟ କରାଯାଇଛି । ୧୫ ନଂ ଜୋନର ହରିପୁର, ରେଙ୍ଗଳ, ମାଣିତ୍ରୀ, ବାରିପଦା, ଅରାଗଡ, ସିଂହବ୍ରହ୍ମପୁର, ହରିରାଜପୁର, ସଡାଙ୍ଗୋଇ, କୁମୁଣ୍ଡାଳ ୧୮ଟି କେନ୍ଦ୍ର ଓ ୧୬ ନଂ ଜୋନର ବାଲିହୁଙ୍କା, ଶିଶୁଆପଡା, ବଡଆଙ୍କୁଲା, ମୁନିନ୍ଦା, ଡେଲାଙ୍ଗ, ଗଡବେଗୁନିଆପଡା, ଯୋରକଣୀ, ଘନିପୁର, କୁଆପଦା, କଅଁଳପଡା ୧୮ଟି କେନ୍ଦ୍ର ଏବଂ ୧୭ ନଂ ଜୋନର ବୋଳକଣା, ଚିତଳପୁର, ହାକପଡା, ଗୁଆଳିପଡା ସେବାଶ୍ରମ, ପ୍ରହରାଜପୁର ୬ଟି କେନ୍ଦ୍ର ସମେତ ମୋଟ ୪୨ଟି ବୁଥ କେନ୍ଦ୍ର ଜଟିଳ ଭାବେ ଚିହ୍ନଟ । ସେହିପରି ୩୧ଟି ସମ୍ବେଦନଶୀଳ ବୁଥ କେନ୍ଦ୍ର ଭାବେ ଯମୁନା, ଝାରପଡା, ସିଂହବ୍ରହ୍ମପୁର, ଚାଇଁପୁର, ମୋଟରୀ, ବାତଳ, ଘୋରଡିଆ, କଲ୍ୟାଣପୁର, ରାଢୁଅ, ଜଗଦଳପୁର, ଅଳଉତା, ବୋଳକଣା, ବରକେରା, ନାଗଣ, ଇନ୍ଦିପୁର, ହାକପଡା, ଗୁଆଳିପଡାକୁ ଚିହ୍ନଟ କରାଯାଇଛି । ଅବଶିଷ୍ଟ ୭୬ଟି କେନ୍ଦ୍ର ସାଧାରଣ ବର୍ଗରେ ରହିଛି । ଚଳିତ ପିପିଲ ବିଧାନସଭା ଉପନିର୍ବାଚନ ପାଇଁ ଡେଲାଙ୍ଗ ବ୍ଲକ ଅଚଂଳରେ ୯୯,୮୭୯ ଜଣ ଭୋଟଦାତା ୧୪୯ଟି ବୁଥ କେନ୍ଦ୍ରରେ ସେପ୍ଟମ୍ବର ୩୦ରେ ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଛ କରିବା ପାଇଁ ସମ୍ବେଦନଶୀଳ ଓ ଜଟିଳ ବୁଥ କେନ୍ଦ୍ରରେ ସିିସି କ୍ୟାମରା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.