centurian jitm

ଭବାନୀପାଟଣାଠାରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍‌ ସେବା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ହେବ ସହଜ ଓ ସୁଗମ ଯାତ୍ରା

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନା ଅନ୍ତର୍ଗତ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସନ୍ଧ୍ୟା ୫ଟା ସମୟରେ ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନଙ୍କ ପୁରୀକୁ ଯିବା ପାଇଁ ଏହି ବସ୍‌ ସେବା ଏକ ସୁଯୋଗ ଆଣିଦେଇଛି । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ଏହି ବସ୍‌ ସେବା ଆରମ୍ଭ କରାଯାଇଛି । ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ପି. ଅନ୍ୱେଶା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭଳାଷ ଜି., ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ ପ୍ରଥମେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏହି ଯୋଜନାର ଉଦ୍ଦେଶ୍ୟ ଊପରେ ସଂକ୍ଷିପ୍ତ ବକ୍ତବ୍ୟ ଦେଇଥିଲେ ଓସିଏମ୍‌ଡି, ଓଏସଆରଟିସି ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ । ୫୧ସିଟ୍‌ ବିଶିଷ୍ଟ ଆରାମ ଦାୟକ ଶୀତତାପ ନିୟନ୍ତ୍ରିତ ବସ୍‌ ଭବାନୀପାଟଣାଠାରୁ ରାମପୁର, ତୁମୁଡି ବନ୍ଧ, ବାଲିଗୁଡା, ଫୁଲବାଣୀ, ଚାରିଛକ, ଦଶପଲ୍ଲା, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର ଦେଇ ପୁରୀରେ ପହଞ୍ଚିବ । ପୂର୍ବରୁ ପ୍ରଚଳିତ ଲକ୍ଷ୍ମୀ ବସ୍‌ ଯୋଜନାରେ ଲକ୍ଷ୍ମୀ ବସ୍‌ ଗାଁରୁ ବ୍ଲକ, ବ୍ଲକରୁ ସଦର ମହକୁମା ପର୍ଯ୍ୟନ୍ତ ଯାଉଥିଲା । ବର୍ତ୍ତମାନ ଏହା ସଦର ମହକୁମାରୁ ଭୁବନେଶ୍ୱର ଓ ପୁରୀକୁ ଯୋଗାଯୋଗ କରି ଯାତ୍ରାକୁ ଆରାମଦାୟକ, ସହଜ ଓ ସୁଗମ କରିବ । ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଏବଂ ଅନାମ ଚରଣ ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ସହରର ବିଶିଷ୍ଟ ବ୍ୟକ୍ତି, ମିଶନଶକ୍ତି ସଭ୍ୟ, ସରକାରୀ ଅଧିକାରୀ, ଆର୍‌ଟିଓ ଗତିକୃଷ୍ଣ ସାମନ୍ତରାୟ, ଓଏସ୍‌ଆର୍‌ଟିସିଜିଏମ୍‌ ରବୀନ୍ଦ୍ର ବେହେରା, ଲକ୍ଷ୍ମୀ ବସ୍‌ ଯୋଜନା ପ୍ରବନ୍ଧକ ବିଶ୍ଵ ରଞ୍ଜନ ମହାନ୍ତି, ଡିଆଇପିଆର୍‌ଓ ମନୋଜ ବେହେରାଙ୍କ ସହ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.