ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଓଏସ୍‌ଆର୍‌ଟିସିର ୧୧୦ ନୂଆ ବସ୍‌, ବଲାଙ୍ଗିର ଭାଗରେ ପଡ଼ିଲା ନୂଆ ୭ ବସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି ୧୧୦ଟି ନୂଆ ବସ୍ । ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି । ଏହି ବସ୍ ବିଏସ୍-୬ ଶ୍ରେଣୀର ମଧ୍ୟ । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି । ଏହି ଓଏସ୍‌ଆର୍‌ଟିସି ବସରେ ରହିଛି ଜରୁରିକାଳୀନ ସୁରକ୍ଷା ବଟନ ବ୍ୟବସ୍ଥା । ସେହିପରି ଯାତ୍ରୀଙ୍କ ପାଇଁ ରହିଛି ଆରାମ ଦାୟକ ସିଟ୍ ବୋଲି ଜଣାପଡ଼ିଛି ।

ଏଥିରୁ ବଲାଙ୍ଗିର ଓଏସ୍‌ଆର୍‌ଟିସି ଭାଗରେ ପଡ଼ିଛି ଆଉ ୭ଟି ନୂଆ ବସ । ଏହାହା ବିଭିନ୍ନ ରୁଟ୍‌ରେ ଚାଲିବ ବୋଲି କୁହାଯାଇଛି । ଡିଟିଏମ ସରସ କୁମାର ଦାସଙ୍କ କହିବା ଅନୁସାରେ, ଆସିଥିବା ୭ଟି ବସ ମଧ୍ୟରୁ ୨ଟି ବସ ନୂଆ କରି ଆରମ୍ଭ ହେବାକୁ ଥିବା ବଲାଙ୍ଗିର-ମୁଖୀଗୁଡା (କଳାହାଣ୍ଡି) ରୁଟରେ ଚାଲିବ । ଫଳରେ କଳାହାଣ୍ଡିକୁ ଯାତାୟାତରେ ସୁବିଧା ହୋଇପାରିବ । ଅନ୍ୟ ବସ ସେହି ପୁରୁଣା ରୁଟ ଦାମନଯୋଡି, କଲମପୁର, ଫୁଲବାଣୀ, ଅନୁଗୁଳ ଆଦିକୁ ଯାତାୟାତ କରିବ । ଏହିସବୁ ରୁଟ୍‌ରେ ଚାଲିଥିବା ପୁରୁଣା ୫ଟି ବସକୁ ଅନ୍ୟ ଡିପୋକୁ ପଠାଯିବାର ଯୋଜନା ରହିଥିବା କୁହାଯାଇଛି ।

Leave A Reply

Your email address will not be published.