ଯୁବକଙ୍କୁ ଚାପି ଦେଲା ବସ୍

ଜଗତସିଂହପୁର, (କେପିଏନ୍‌ଏସ୍‌) : ଯୁବକଙ୍କୁ ଚାପି ଦେଲା ବସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବସଟି ଅସ୍ତରଙ୍ଗରୁ ପାରାଦ୍ବୀପ ଯାଉଥିଲା ବେଳେ ଜଣେ ଯୁବକଙ୍କୁ ଚାପି ଦେଲା । ଫଳରେ ଘଟଣା‌ସ୍ଥଳରେ ଯୁବକ‌ଙ୍କ ମୃତ୍ୟୁ ହୋଇଥିଲା । ଯୁବକଙ୍କ ମୃତ୍ୟୁକୁ ନେଇ ଯୋଗଧାରି ଠାରେ ଉତେ୍‌ଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ଜଗତସିଂହପୁର- ବାଲିକୁଦା ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବସକୁ ଅଟକ ରଖି ତଦନ୍ତ ଜାରି ରଖିଛି । ମୃତକ ଜଣକ ହେଲେ କାକଟପୁର ଥାନା ନଗର ଅଞ୍ଚଳର ଦେବ ବରାଳ।

Leave A Reply

Your email address will not be published.