ଆଜି ଠୁ ଗଡ଼ିବନି ଘରୋଇ ବସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଠୁ ଗଡ଼ିବନି ଘରୋଇ ବସ୍‌ । ଅନିର୍ଦ୍ଧିଷ୍ଟ କାଳ ପାଇଁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍‌ ନକରିବେ ତଥା ମୋ’ ବସ୍‌କୁ କେବଳ ସହରାଂଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ନ ଦେବେ, ସେତେଦିନ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଘରୋଇ ବସ୍‌ ଚଳାଚଳ ଠପ୍‌ ହୋଇଯାଇଛି । ଦଶହରା ପୂଜା ବେଳେ ବସ୍‌ ଚଳାଚଳ ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ଅନ୍ୟପଟେ ଆଜିଠାରୁ ସ୍କୁଲ, କଲେଜ ଛୁଟି ହୋଇଥିବା ଯୋଗୁଁ ସମସ୍ତେ ଏବେ ଦଶହରା ପର୍ବ ପାଳନ ପାଇଁ ନିଜ ନିଜ ଜନ୍ମମାଟିକୁ ମୁହାଁଇବେ । ଏତିକି ବେଳେ ଘରୋଇ ବସ୍‌ ସେବା ବନ୍ଦ ଲୋକଙ୍କୁ ଖୁବ୍‌ କଷ୍ଟ ଦେବ ବୋଲି କୁହାଯାଉଛି । କିନ୍ତୁ ଘରୋଇ ବସ୍‌ ମାଲିକ ସଂଘ ନିଜ ଜିଦ୍‌ରେ ଅଟଳ ରହିଛି । ରାଜ୍ୟ ସରକାର ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ଗଡ଼ିବନି ଘରୋଇ ବସ୍‌ ବୋଲି କଡ଼ା ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.