ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ ଦୁର୍ବୃତ୍ତ

ନୂଆଗାଁ : ଯାତ୍ରୀବାହୀ ବସ୍‌କୁ ଜାଳିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଚିତାପେଡ଼ି ପଞ୍ଚାୟତ ଅନ୍ତର୍ଗତ ଲୋଆରମ ହସ୍ପିଟାଲ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ରାଉରକେଲାରୁ ଲୋଆରମ ଯାତାୟାତ କରୁଥିବା ଶେଫାଳି ନାମକ ଏକ ଘରୋଇ ବସ୍‌ (ଓଡି ୧୪ ଇ ୨୮୮୮)ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ବସ୍ କଣ୍ଡକ୍ଟର ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ବିଶ୍ରା ଥାନା ଅଧିକାରୀ ଭଗବାନ ପୂଜାରୀ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏବଂ କେଉଁମାନେ ବସ୍‌ରେ ନିଆଁ ଲଗାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣା ମାମଲାରେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.