oum

ଓଲଟିଲା ନେପାଳରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଫେରୁଥିବା ବସ୍‌

jsm

ମହାରାଜଗଞ୍ଜ : ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ନେପାଳର ତ୍ରିବେଣୀ ଧାମରୁ ଫେରୁଥିବା ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ପାଖାପାଖି ୬୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଓ କାମ୍ପିରଗଞ୍ଜରୁ ୭୦ ଜଣ ତୀର୍ଥଯାତ୍ରୀ ଉକ୍ତ ବସ୍‌ରେ ଥିଲେ । ସେମାନେ ସମସ୍ତେ ନେପାଳର ତ୍ରିବେଣୀ ଧାମ୍‌ରୁ ଫେରୁଥିଲେ । ସୂଚନା ଆଧାରରେ, ଏହି ଦୁର୍ଘଟଣାଟି ଭାରତ-ନେପାଳ ସୀମାରେ, ଥୁଥିବାରି ବର୍ଡର ଠାରୁ ୫୦୦ମିଟର ଦୂରରେ ଘଟିଛି । ଦୁର୍ଘଟଣାର ସୂଚନା ପାଇଁ ତୁରନ୍ତ ନେପାଳ ପୋଲିସ ଅଧିକାରୀମାନେ ସେଠାକୁ ଯାଇଥିଲେ ଏବଂ ସମସ୍ତ ଆହତ ମାନଙ୍କୁ ନେପାଳର ନୱାଲ ପରସି ଜିଲ୍ଲାର ପ୍ରିଥଭି ଚନ୍ଦା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଉତ୍ତର ପ୍ରଦେଶ ମହାରାଜଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟ୍‌ ନେପାଳରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, ଆହତମାନଙ୍କୁ ସାହାଯ୍ୟ କରିବାକୁ ଅଧିକାରୀଙ୍କୁ ପଡ଼ୋଶୀ ଦେଶକୁ ପଠାଯାଇଛି ।

Leave A Reply

Your email address will not be published.