centurian jitm

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭନଗରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ ବୁଲିଲେ ଦର୍ଶକ

nschool

ନୂଆଦିଲ୍ଲୀ, (ପିଆଇବି) : ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରୟାଗରାଜ ମହାକୁମ୍ଭନଗରରେ ପଡିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ଅନେକ ଦର୍ଶକ । ଏହି ପ୍ରଦର୍ଶନୀକୁ ଉଭୟ ଦର୍ଶକ ଓ ଶ୍ରଦ୍ଧାଳୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅଧିକ ଶିକ୍ଷଣୀୟ ହୋଇ ପାରିଥିବା ପ୍ରତିକ୍ରିୟା ଦେଇଛନ୍ତି । ପ୍ରଦର୍ଶନୀର ସେଲଫି ପଏଂଟରେ ମହିଳା ଓ ଶିଶୁମାନେ ବିଭିନ୍ନ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ପ୍ରତୀକାତ୍ମକ ସମୁଦ୍ର ମନ୍ଥନ ପ୍ରତିକୃତିକୁ ପ୍ରଶଂସା କରି ଅନେକ ଦର୍ଶକ ଏହି ସ୍ଥାନରେ ସେଲଫି ଉଠାଇଥିବା ବି ଦେଖିବାକୁ ମିଳିଥିଲା । ତ୍ରିବେଣୀ ରାସ୍ତାର ପରେଡ ଗ୍ରାଉଣ୍ଡରେ ଉଭୟ ଶ୍ରଦ୍ଧାଳୁ ଓ ସାଧାରଣ ଦର୍ଶକଙ୍କ ପାଇଁ ୧୩ ଜାନୁୟାରୀରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଥିବା ଏହି ମହାକୁମ୍ଭ ମେଳାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି । ଏହି ମେଳାରେ ଗତ ଦଶବର୍ଷ ଭିତରେ ସରକାର କରିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପଡିଥିବା ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରଧାନମନ୍ତ୍ରୀ ଇଂଟରନସିପ ଯୋଜନା, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସମ୍ପର୍କିତ ଡିଜିଟାଲ ପ୍ରଦର୍ଶନୀରୁ ବହୁ ଉପାଦେୟ ତଥ୍ୟ ଦର୍ଶକ ଜାଣିପାଉଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଡ୍ରୋନ ଦିଦି, ଲକ୍ଷପତି ଦିଦି, ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଦ୍ୟାଞ୍ଜଳି, ଆତ୍ମନିର୍ଭର ଭାରତ, ସ୍କିଲ ଇଣ୍ଡିଆ, ଏକ ଭାରତ ଶ୍ରେଷ୍ଠ ଭାରତ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ହର ଘର ଜଲ ଯୋଜନା, ପ୍ରଧାନମନ୍ତ୍ରୀ କୌଶଲ ବିକାଶ ମିଶନ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ମହିଳା ସଶକ୍ତିକରଣ ଯୋଜନା ଉପରେ ସାଧାରଣ ଜନତା ଏହି ଡିଜିଚାଲ ପ୍ରଦର୍ଶନୀ ମାଧ୍ୟମରେ ଅନେକ କଥା ଜାଣିବାକୁ ପାଇଛନ୍ତି ।

Leave A Reply

Your email address will not be published.