ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁବ ସ୍ୱେର୍ଚ୍ଚାସେବୀ ମିଟୁ ପ୍ରଧାନ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବୁଧବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ମାଁ ଗଙ୍ଗାଦେବୀ ପୀଠ ପରିସରରେ ପ୍ରଧାନ ସ୍ୱେର୍ଚ୍ଚାସେବୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପକ୍ଷହନ, ପୂର୍ବତନ ସମିତି ସଭ୍ୟ ଛାୟାକନ୍ତ ପ୍ରଧାନ, ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ଚରଣ ପାଢ଼ୀ, ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ଯୁବ ନେତା ଓ ସମାଜ ସେବୀ ସିଲୁ ଦାସ, ଯୁବନେତା ଲିଙ୍ଗରାଜ ମହାପାତ୍ର, ସେ୍ଵର୍ଚ୍ଚାସେବି ଦୁର୍ଗା ମାଧବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୮୦ରୁ ଉର୍ଦ୍ଧ ବିଭିନ୍ନ ଔଷଧୀୟ ଗଛ ଲଗା ଯାଇଥିଲା । ପୂର୍ବ ବର୍ଷ ମଧ୍ୟ ମିଟୁ ପ୍ରଧାନଙ୍କ ଜନ୍ମ ଦିବସରେ ସ୍ୱେର୍ଚ୍ଚାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ପାଳିବନ୍ଧ ପଞ୍ଚାୟତରେ ସମୁଦ୍ର ଓ ନଦୀର ସଙ୍ଗମ ସ୍ଥଳ ମୁହାଣ ଉପକୂଳରେ ଦୁଇ ହାଜର ଚାରା ରୋପଣ କରାଯିବ ବୋଲି ପ୍ରଧାନ ସ୍ୱେର୍ଚ୍ଚାସେବୀ ସଂଗଠନ ପକ୍ଷରୁ ସଙ୍କଳ୍ପ ନେଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି ।

Prev Post