
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ବୁଧବାର ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧୟିକା ବର୍ଷା ସିଂ ବରିହା ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର କୁଳ ପୁରୋହିତ ସୁନିଲ ପୁରୋହିତ ଓ ପ୍ରେମାନନ୍ଦ ଦେବତା ପୂଜା ପାଠ କରିଥିଲେ । ଏହି ଉନ୍ନତି କରଣ କାମର ବ୍ୟୟ ଅଟକଳ ୧ କୋଟି ଟଙ୍କା ବୋଲି ଜଣାପଡିଛି । ଏହା ପରେ ଅତିଥି ମାନଙ୍କ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବରଗଡ ଡିଏଫଓ ବିକ୍ରମ ଦେବ ପଟ୍ଟନାୟକ, ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ପଦ୍ମପୁର ଏଡିଏମ କୁନାଲ ମୋତିରାମ ଚୌହାନ, ପାଇକମାଲ ବିଡିଓ ପ୍ରଫୁଲ କୁମାର ଓଦୁ, ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।