ଦକ୍ଷିଣ ଏସିଆ ଆଣ୍ଟି ଡୋପିଙ୍ଗ ଆଞ୍ଚଳିକ ପ୍ରତିଷ୍ଠାନ ‘ସାରାଡୋ’ ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା ‘ନାଡା’ର ବୁଝାମଣାପତ୍ର ସ୍ୱାକ୍ଷରିତ
- ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା କ୍ରୀଡା କ୍ଷେତ୍ରରେ ନିଶା ଔଷଧ ବ୍ୟବହାରକୁ ରୋକିବା (ଆଣ୍ଟି ଡୋପିଙ୍ଗ) ନିମନ୍ତେ ସହଯୋଗ ବଢାଇବା
- ବିଶ୍ୱ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଏବଂ କ୍ରୀଡା କ୍ଷେତ୍ରରେ ନିଶା ଔଷଧ କାରବାର ବିରୋଧୀ ୟୁନେସ୍କୋର ଆନ୍ତର୍ଜାତିକ ଚୁକ୍ତି କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅବଦାନ ଆଣ୍ଟି ଡୋପିଙ୍ଗ ଆନ୍ଦୋଳନକୁ ବୈଶ୍ୱିକ ସ୍ତରରେ ଆହୁରି ବ୍ୟାପକ ଏବଂ ସୁଦୃଢ କରିବାକୁ ଉଦ୍ଦିଷ୍ଟ: ମନ୍ତ୍ରୀ ଅନୁରାଗ ସିଂହ ଠାକୁର
ନୂଆଦିଲ୍ଲୀ, (ପିଆଇବି) : ଦକ୍ଷିଣ ଏସିଆ ଆଞ୍ଚଳିକ ଆଣ୍ଟି ଡୋପିଙ୍ଗ ପ୍ରତିଷ୍ଠାନ (ସାରାଡୋ) ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା (ନାଡା) ଆଜି ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି । କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆନ୍ତର୍ଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି । କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆର୍ନ୍ତଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି । ‘ସାରୋଡୋ’ରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି ।
ଏହି ବୁଝାମଣା ସ୍ୱାକ୍ଷର ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର କ୍ରୀଡା ସଚିବ ସୁଶ୍ରୀ ସୁଜାତା ଚର୍ତୁବେଦୀ, ସାରୋଡୋ ସଚିବାଳୟ ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଏହି ବୁଝାମଣା ଦ୍ୱାରା କ୍ରୀଡା କ୍ଷେତ୍ରରେ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଆଞ୍ଚଳିକ ସହଯୋଗ ବଢିବ ।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ବିିଭିନ୍ନ ଆନ୍ତର୍ଜାତିକ, ଆଞ୍ଚଳିକ ଓ ଜାତୀୟ ମଂଚରେ ଭାରତର ପ୍ରତିନିଧିତ୍ୱ ଓ ଉପଲବ୍ଧି ଉତ୍ସାହଜନକ ରହୁଛି । ଖେଳକୁଦକୁ ସ୍ୱଚ୍ଛ ଓ ନିଶା କାରବାର ତଥା ମାଦବ ଦ୍ରବ୍ୟରୁ ମୁକ୍ତ ରଖିବାକୁ ଭାରତ ଅଙ୍ଗୀକୃତ ହୋଇ ଏ କ୍ଷେତ୍ରରେ କାମ କରୁଛି । ଆଣ୍ଟି ଡୋପିଙ୍ଗ କ୍ଷେତ୍ରରେ ଭାରତ ଅବଦାନ ବେଶ୍ ପ୍ରଂଶସନୀୟ ।
ସେ ଆହୁରି କହିଛନ୍ତି ଯେ ଭାରତକୁ ଏକ କ୍ରୀଡା ମହାଶକ୍ତିରେ ପରଣିତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରଣାଳୟ ଅଙ୍ଗୀକୃତ । ଭାରତୀୟ କ୍ରୀଡାବିତ୍ମାନଙ୍କର ପ୍ରଦର୍ଶନ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ବଢାଇବା ପାଇଁ ମନ୍ତ୍ରଣାଳୟ ଅବିରତ ଭାବେ କାର୍ଯ୍ୟ କରୁଛି । “ଆମେ ଉଚ୍ଚମାନର ତାଲିମ, ଉତ୍ତମ କ୍ରୀଡା ଭିତ୍ତିଭୂମି ଓ ସୁବିଧା ସୁଯୋଗ ଆମ କ୍ରୀଡାବିତ୍ମାନଙ୍କୁ ଯୋଗାଇ ଆସୁଛୁ । ସବୁପ୍ରକାର ଖେଳକୁଦର ବିକାଶ ପାଇଁ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି । ପ୍ରତିଭା ବିକାଶ ନିମନ୍ତେ ଖେଳକୁଦରେ ଅଧିକରୁ ଅଧିକ ପ୍ରତିଯୋଗିତାମାନ କରାଯାଉଛି । ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଇ ଉଭୟ ପୁରୁଷ ଓ ମହିଳା କ୍ରୀଡାବିତ୍ଙ୍କୁ ସମାନ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଖେଳକୁଦକୁ ସ୍ୱଚ୍ଛ ଓ ନିଶାମୁକ୍ତ କରିବା ପାଇଁ ଜାତୀୟ, ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ ତାହାର ଉଦ୍ୟମ ଅବ୍ୟାହତ ରଖିଛି” ବୋଲି ସେ କହିଛନ୍ତି ।
କ୍ରୀଡା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ତରର ଧନାଢ୍ୟ ବିକଶିତ ଦେଶ ଏବଂ ଦକ୍ଷିଣର ଦରିଦ୍ର ଅନଗ୍ରସର ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହାକୁ ହ୍ରାସ କରିବାକୁ ଭାରତ ଆଞ୍ଚଳିକ ସ୍ତରରେ କାମ କରୁଛି । ଏଥିପାଇଁ ଭାରତ ଏସୀୟ ମିତ୍ର ରାଷ୍ଟ୍ରମାନଙ୍କ ନିମନ୍ତେ ଅର୍ଥନୀତିକ ଓ ସାମାଜିକ ଅଭିବୃଦ୍ଧି ନିମନ୍ତେ କାମ କରୁଛି । ସେ ଆହୁରି କହିଛନ୍ତି ଯେ ବିଶ୍ୱ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଓ କ୍ରୀଡା କ୍ଷେତ୍ରରେ ନିଶା ଔଷଧ ବ୍ୟବହାର ନିରୋଧୀ ଆନ୍ତର୍ଜାତିକ ୟୁନୋସ୍କୋ ଚୁକ୍ତି କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଅବଦାନ ଓ କାର୍ଯ୍ୟ ଆଣ୍ଟି ଡୋପିଙ୍ଗ ଆନ୍ଦୋଳନକୁ ବୈଶ୍ୱିକ ସ୍ତରରେ ଆହୁରି ବ୍ୟାପକ ଓ ସୁଦୃଢ କରିବାକୁ ଉଦ୍ଦିଷ୍ଟ । ଭାରତର କାର୍ଯ୍ୟ ଏ କ୍ଷେତ୍ରରେ ସ୍ପଷ୍ଟ ଏବଂ କ୍ରୀଡାକୁ ନିର୍ମଳ ଓ ନିଶାମୁକ୍ତ କରିବାକୁ ଏହା ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିଛି ।
ସେ କହିଛନ୍ତି ଯେ ଭାରତ ଏବେ ଜି-୨୦ର ଅଧ୍ୟକ୍ଷ ପଦରେ ରହିଛି । ଏହି ସଂଗଠନ ମାଧ୍ୟମରେ ଭାରତ ଏସିଆ ଅଞ୍ଚଳର ସମସ୍ୟାବଳୀକୁ ଅଗ୍ରାଧିକାର ଦେଇ ଏହାର ସମାଧାନ ପାଇଁ ବିଶ୍ୱ ମଂଚରେ ସ୍ୱର ଉଠାଉଛି । କ୍ରୀଡା ସହିତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ବିକାଶମୂଳକ ସହଯୋଗ ବଢାଇବାକୁ ଭାରତ ପ୍ରସ୍ତାବ ଦେଇଛି । ‘ନାଡା’ ଇଣ୍ଡିଆଓ ‘ସାରାଡୋ’ ମଧ୍ୟରେ ନିଶା ଔଷଧ ବ୍ୟବହାରକୁ ରୋକିବା ପାଇଁ ହୋଇଥିବା ଏହି ଚୁକ୍ତିକୁ ସେ ସ୍ୱାଗତ କରିବା ସହିତ ଉଭୟ ସଂସ୍ଥାଙ୍କ ଅଭିନନ୍ଦନ ଜଣାଇଛନ୍ତି । ଏ ପ୍ରକାର ବୁଝାମଣା ପ୍ରଥମ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଜାତୀୟ, ଆଞ୍ଚଳିକ ଓ ବିଶ୍ୱସ୍ତରରେ ଖେଳକୁଦ ଆହୁରି ସ୍ୱଚ୍ଛ ଏବଂ ନିଶାମୁକ୍ତ ହେବ ବୋଲି ସେ ମତ ଦେଇଛନ୍ତି ।
ଏହି ବୁଝାମଣାପତ୍ରରେ ‘ନାଡା’ ଇଣ୍ଡିଆର ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଶ୍ରୀ ଋତୁ ସରିନ ଏବଂ ‘ସାରାଡୋ’ର ମହା ନିର୍ଦ୍ଦେଶକ ମହମ୍ମଦ ମହିଦ ଶରିଫ ସ୍ୱାକ୍ଷର କରିଥିଲେ । ଉଭସେୟ ପକ୍ଷ ଦକ୍ଷିଣ ଏସିଆର ଆଣ୍ଟି ଡୋପିଙ୍ଗ ଶିକ୍ଷା, ତାଲିମ, ଦକ୍ଷତା ବିକାଶ, ସେମିନାର କର୍ମଶାଳା, ଆୟୋଜନ ଏବଂ ଗବେଷଣା, ବିଭିନ୍ନ ବିନିମୟ କାର୍ଯ୍ୟକ୍ରମ ଓ ଆଦି ପ୍ରମୁଖ ଛ’ଟି କ୍ଷେତ୍ରରେ କାମ କରିବେ ।
ଏହି ଅବସରରେ ଭାରତର କ୍ରୀଡା ସଚିବ ସୁଶ୍ରୀ ସୁଜାତା ଚତୁର୍ବେଦୀ, ୱାଡାର ମହାନିର୍ଦ୍ଦେଶକ ସୁଶୀ ଋତୁ ସରିନ୍, ୱାଡାର ଏସିଆ-ଓସେନିଆ ନିର୍ଦ୍ଦେଶକ କାଜୁହିରୋ ହାୟାସୀ ଏବଂ ସାରାଡୋର ମହା ନିର୍ଦ୍ଦେଶକ ମହମ୍ମଦ ମହିନ ଶରିଫ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସାରୋଡାର ସଦସ୍ୟ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର ପ୍ରତିନିଧିମାନେ ନିଜ ନିଜ ଦେଶର ଚାଲିଥିବା ଆଣ୍ଟି ଡୋପିଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।