କାଦୁଅ ପଚ ପଚ ରାସ୍ତାରେ ବୁହା ହେଲା ଶବ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଲୋକ ତ ଲୋକ ଶବ ଯିବା ପାଇଁ ରାସ୍ତାଟେ ନାହିଁ । ଯାହା ଦ୍ଵାରା ଗାଁ ଶ୍ମଶାନକୁ ଶବ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳବାସୀ । ଶେଷରେ କାଦୁଅ ପଚ ପଚ ରାସ୍ତାରେ ଶବକୁ ଦୁଇ କିଲୋମିଟର କାନ୍ଧରେ ବୋହି ମଶାଣିକୁ ବୋହିନେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣାଟି ଘଟଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ କୁଣ୍ଡାବନ୍ଧ ଗାଁରେ । ସୂଚନା ଅନୁଯାୟୀ କୁଣ୍ଡାବନ୍ଧ ଗାଁର ବୃଦ୍ଧା ସୁଭଦ୍ରା ମିଶ୍ରଙ୍କ ଦେହାନ୍ତ ହୋଇଥିଲା । ଶେଷକୃତ୍ୟ ପାଇଁ ଏକାଠି ହୋଇଥିଲେ ବନ୍ଧୁ ପରିଜନ ଓ ଗ୍ରାମବାସୀ । ମଶାଣିକୁ ରାସ୍ତା ନଥିବାରୁ ଶବକୁ ବିଲ ହିଡରେ ନେବା ପାଇଁ ଚେଷ୍ଟା କରିଥିଲେ ପରିବାର ବର୍ଗ । ଶେଷରେ ବିଫଳ ହୋଇ ମୃତଦେହକୁ ଜମି ଭିତରେ, କାଦୁଅ ଭିତରେ କାନ୍ଧରେ ବୋହି ନେଇଯାଇଥିଲେ, ୨ କିଲୋମିଟର ଦୂରରେ ଥିବା ମଶାଣିକୁ । ରାଜ୍ୟ ସରକାର ଲୋକଙ୍କୁ ବିକଶିତ ଗାଁ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଉଥିବା ବେଳେ ଗାଁ ମଶାଣିକୁ ରାସ୍ତା ଖଣ୍ଡେ ନଥିବା ଯୋଗୁଁ କାଦୁଅ ଭିତରେ ମଶାଣିକୁ ଶବ ବୁହା ହେବା, ଗାଁ ଠାରୁ ଶ୍ମଶାନ ପର୍ଯ୍ୟନ୍ତ ମାତ୍ର ଦୁଇ କିଲୋମିଟର ରାସ୍ତା, ହେଲେ ରାସ୍ତା ନ ଥିବା ଯୋଗୁଁ ବର୍ଷା ଦିନେ ଏହି ଭଳି ସ୍ଥିତି ସୃଷ୍ଟି ହୋଇଥାଏ । ଏନେଇ ଗ୍ରାମବାସୀମାନେ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି ପରେ ବି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.