oom

ନରସିଂହଙ୍କ ବଲାଙ୍ଗିର ବ୍ଲକ ଗସ୍ତ : ବୁଡି ଅଂଚଳ ବୁଲି ସମସ୍ୟା ଶୁଣିଲେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଚୁଡାପାଲି, ଗର୍ଜନ, ମାୟାବର୍ହା ପଂଚାୟତ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି । ବିଶେଷ କରି ଏହି ଅଂଚଳଟି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ହେଉଥିବାରୁ ଏ ଅଂଚଳର ଲୋକେ ଥଇଥାନ ଏବଂ ପୁର୍ନର୍ବାସକୁ ନେଇ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ତଥା ସେମାନେ ସରକାରଙ୍କ ଦ୍ୱାରା ପାଉଥିବା କ୍ଷତିପୁରଣରେ ସମାନତା ନ ଥିବାର ଅଭିଯୋଗ ବିଧାୟକଙ୍କ ସମ୍ମୁଖରେ ରଖିଥିଲେ । ଯେପରିକି ଗର୍ଜନ ଗ୍ରାମରେ ଲୋକେ ଅଭିଯୋଗ କରିଥିଲେ ଯେ, ତାଙ୍କ ଜମିରେ ବିଶାଳକାୟ ବୃକ୍ଷଗୁଡିକର ଯଦି ସେମାନେ ଆଇନ ଅନୁଯାୟୀ ବିକ୍ରି କରିବେ ଯେତେ ଟଙ୍କା ପାଇବେ ସରକାର ଦେଉଥିବା କ୍ଷତିପୁରଣ ସେହି ତୁଳନାରେ ଅନେକ କମ୍‌ ବୋଲି ଦର୍ଶାଇଥିଲେ । ଆହୁରି ମଧ୍ୟ ସେମାନେ ପାଉଥିବା ଘର ଡିହରେ ମଧ୍ୟ ଅନେକ ପାତର ଅନ୍ତର ଥିବା ଅଭିଯୋଗ କରିଥିଲେ । କିଛି ବୁଡି ଅଂଚଳ ଲୋକେ ଠିକ୍‌ ଭାବରେ ଥଇଥାନ ଓ ପୁନଃର୍ବାସ ପାଉଥିବା ବେଳେ ଗର୍ଜନ ଅଂଚଳର ଲୋକେ ସେଥିରୁ ବଂଚିତ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ । ଏପରିକି ଅଞ୍ଚଳରେ ବିଭାଗ ତରଫରୁ ଅର୍ଥନୈତିକ ସର୍ବେକ୍ଷଣ ସମୟରେ ଅଧିକାରୀମାନେ ନିଜ ମନ ମୁତାବକ ଫର୍ମଗୁଡିକ ପ୍ରଭାବିତ ଲୋକଙ୍କୁ ନ ଜଣାଇ ନିଜେ ନିଜେ ପରବର୍ତ୍ତି ସମୟରେ ପୁରଣ କରିଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣି ସାରିବା ପରେ ବିଧାୟକ ଶ୍ରୀ ମିଶ୍ର ଆଗାମୀ ଦିନରେ ଥଇଥାନ ଓ ପୁର୍ନର୍ବାସକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଲୋକଙ୍କ ଯାହା ସମସ୍ୟା ଅଛି ଲିଖିତ ଭାବରେ ତାଙ୍କୁ ପ୍ରଦାନ କଲେ ସେ ସବୁକୁ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ ବୋଲି ଜଣାଇଥିଲେ । ଗସ୍ତ ସମୟରେ ମାୟାବର୍ହାଠାରେ ଲୋକଙ୍କ ଘରକୁ ପାଇପ ଯୋଗେ ପିଇବା ପାଣି ଶୀଘ୍ର ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେବା ସହ ନିଜ ବିଧାୟକ ପାଣ୍ଠିରୁ ଗ୍ରାମ୍ୟ ସଡକ ନିର୍ମାଣ ପାଇଁ ଅନୁଦାନ ଦେବେ ବୋଲି ଘୋଷଣା କରିଥିଲେ । ଚୁଡାପାଲି ଠାରେ ଉପସ୍ଥିତ ଥିବା ମହିଳା ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ମାୟାବର୍ହା, ଗର୍ଜନ, ଚୁଡାପାଲିରେ ଅନୁଷ୍ଠିତ ମା’ ଲକ୍ଷ୍ମୀଙ୍କର ପୂଜା ଉତ୍ସବରେ ବିଧାୟକ ଶ୍ରୀ ମିଶ୍ର ମା’ଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ତାଙ୍କ ସହ ତାଙ୍କ ପ୍ରତିନିଧି କିଶୋର ସିଂ ନିନା, ଖୁଜେନପାଲି ସରପଞ୍ଚ ସତ୍ୟବାନ ସାହୁ, ଟଙ୍କଧର ଗଡତ୍ୟା, ଜଗନ୍ନାଥ ପଧାନ, ଉମେଶ ଚନ୍ଦ୍ର ଭୋଇ, ଶରତ ଚନ୍ଦ୍ର ଭୋଇ, ବିଭୁ ପ୍ରସାଦ ନାଏକ, ପଙ୍କଜ ମଲ୍ଲ, ଡାକ୍ତର ରାଧାକାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.