oom

ଉଦ୍‌ଯାପିତ ହେଲା ବୁଢ଼ାଡଙ୍ଗର ଲୋକ ମହୋତ୍ସବ

jsmm

କେସିଙ୍ଗା, (ପ୍ରୀତେଶ ପଟେଲ) : ସଂସ୍କୃତି ଓ ଲୋକକଳାର ଉତ୍ସବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ୨ ଦିନ ଧରି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ପ୍ରଦର୍ଶନରେ ଝୁମିଥିଲେ ଅଞ୍ଚଳବାସୀ । ଦ୍ୱିତୀୟ ଦିନ ସକାଳ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଯାହାକୁ ଉଦ୍‌ଘାଟନ କରିଥିଲେ ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା ପରେ ପରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ପାଠୋତ୍ସବ ଯାହାକୁ ଉଦ୍‌ଘାଟନ କରିଥିଲେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ବାଳ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ଼ଃ ଯୁଗଳ କିଶୋର ଷଡ଼ଙ୍ଗୀ, କେସିଙ୍ଗାର ସୁନାମଧନ୍ୟ ବରିଷ୍ଠ ଗାଳ୍ପିକା ଯାଜ୍ଞସେନୀ ସାହା ପ୍ରମୁଖ ଉପସ୍ଥିତ ଥିଲେ । ପରେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଥିବା ବେଳେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ ଓ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସାମ୍ବାଦିକ କ୍ଷେତ୍ରରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଓଡ଼ିଶୀ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବଜାସାଲ, ପୁରୀ ଜିଲ୍ଲାର ଘୋଡ଼ା ନାଚ, କୋରାପୁଟ ଜିଲ୍ଲାର ଢେମସା ଓ ସମ୍ବଲପୁରୀ ମେଲୋଡି ଦର୍ଶକଙ୍କୁ ଆକର୍ଷିତ କରିବା ସହ ମନ ମୋହିଥିଲା ।

jittmm
Leave A Reply

Your email address will not be published.