ତୁରେକେଲା ବ୍ଲକର ଉପାନ୍ତ ମାଓ ଅଂଚଳରେ ବି.ଏସ.କେ.ୱାଇ କାର୍ଡ ବଂଟନ

  • ବଡବାଙ୍କି -୨୩୮୧, ଘୁନେଶ -୧୭୩୨ ସହ ହିଆଁଲ ୨୨୫୧ ସହ ତୁରେକେଲା ବ୍ଲକର ୨୯,୨୧୨ ଜଣ ହିତାଧିକାରୀଙ୍କୁ ମିଳିଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

କଂଟାବାଂଜି, (ମନିଶ କୁମାର ହଂସ) : ଓଡିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଗତ ୨୨ତାରିଖ ଦିନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ ପରେ ଜିଲ୍ଲା ସମସ୍ତ ସହରାଂଚଳ ଏବଂ ୧୪ ଗୋଟି ବ୍ଲକରେ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ଉପଦେଷ୍ଟା ସହ ସ୍ଥାନୀୟ ବିଧାୟକ ମାନଙ୍କ ନେତୃତ୍ୱରେ ବଂଟନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ତୁରେକେଲା ବ୍ଲକର ୧୯ଗୋଟି ଗ୍ରା.ପ.ରେ ମଧ୍ୟ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ହିତାଧିକାରୀମାନଙ୍କୁ ବଂଟନ କରାଯାଇଛି । ଆଜି ବ୍ଲକର ବଡବାଙ୍କି, ଘୁନେଶ, ହିଆଁଲ, ପଂଚାୟତରେ ବି.ଏସ.କେ.ୱାଇ କାର୍ଡ ବଂଟନ କରାଯାଇଛି । ବଡବାଙ୍କି ପଂଚାୟତରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ (ମୁଖ୍ୟ ଅତିଥି) ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇଥିଲେ । ପଂଚାୟତର ସରପଂଚ କୁଶଧ୍ୱଜ ମାଝିଙ୍କ ସଭାପତିତ୍ୱରେ ଆଶାଦୁଲ୍ଲା ଖାନ ମଂଚାସୀନ ରହି ପଂଚାୟତର ୨୩୮୧ଜଣ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯାଇଛି । ସେହିପରି ଘୁନେଶ ପଂଚାୟତରେ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ବଲାଙ୍ଗିର ଲୋକସଭା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇ କାର୍ଡ ବଂଟନ କରିଥିଲେ । ଏହି ସଭାରେ ସରପଂଚ ଛବିଲ ମାଝି, ନିର୍ବାହୀ ଅଧିକାରୀ ପ୍ରଦିପ କୁମାର ପ୍ରଧାନ, ସୁପରଭାଇଜିଂଗ ଅଫିସର ହେମାନନ୍ଦ ବିଶ୍ୱାଲ ମଂଚାସୀନ ଥିଲେ । ଘୁନେଶ ପଂଚାୟତର ୧୭୩୨ଜଣ ହିତାଧିକାରୀମାନଙ୍କୁ କାର୍ଡ ବଂଟନ କରାଯାଇଛି । ପୁଣି ହିଆଁଲ ପଂଚାୟତରେ ମଧ୍ୟ ୨୨୫୧ଜଣ ହିତାଧିକାରୀଙ୍କୁ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ପଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ସ୍ମାର୍ଟ କାର୍ଡ ବଂଟନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମହତ୍ୱ ଉପରେ ସୂଚନା ଦେଇଥିଲେ । ହିଆଁଲ ପଂଚାୟତ କାର୍ଡ ବଂଟନରେ ସରପଂଚ ହରିସିଂ ପୋଢ, ନିର୍ବାହୀ ଅଧିକାରୀ ବଲ୍ଲବ ପାଣିଗ୍ରାହୀ ସହ ପଂଚାୟତର ସମସ୍ତ କର୍ମକର୍ତା ସାମିଲ ଥିଲେ ।

Leave A Reply

Your email address will not be published.