ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ): ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ତେବେ ବସ୍‌ ଭଡ଼ା ୧୨ଟି ପାରାମିଟରକୁ ବିଚାରକୁ ନେଇ ବଢ଼ାଯାଇଥିବା ସେ କହିଛନ୍ତି । ପୂର୍ବରୁ ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିଲା । କି‌ନ୍ତୁ ଏବେ ୮୦ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ ଭଡ଼ା ୭୭ ପଇସାରୁ ୮୪, ଡିଲକ୍ସ ବସ ଭଡ଼ା ୧.୦୯ ପଇସାରୁ ୧.୧୧ ପଇସାକୁ, ଏସିଡିଲକ୍ସ ଭଡ଼ା ୧.୩୧ ପଇସାରୁ ୧.୩୯ ପଇସାକୁ ଓ ସୁପର ପ୍ରିମିୟର ବସ୍‌ ଭଡ଼ା ୨.୧୭କୁ ବଢ଼ିଛି । ଦେବେନ୍ଦ୍ର ସାହୁଙ୍କ କହିବା ଅନୁସାରେ ଦେଶରେ ଡିଜେଲ୍‌ ଭଡ଼ା ବଢ଼ି ଚାଲିଛି । ଏଥିପ୍ରତି ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହିଁ ଧ୍ୟାନ ଦେଉନାହାନ୍ତି । ଡିଜେଲ୍‌ ଦାମ କମାଇବା ପାଇଁ ବସ୍‌ ମାଲିକ ସଂଘ ବାରମ୍ୱାର ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। ହେଲେ କେହି ଆମ କଥା ଶୁଣୁ ନାହାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.