jayashree

ବଲାଙ୍ଗିର ଟିକ୍ରାପଡା ସ୍ଥିତ ବି.ଏସ ଫିଟନେସର ପ୍ରଥମ ବାର୍ଷିକଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବି.ଏସ ଫିଟନେସର ପ୍ରଥମ ବାର୍ଷିକ ଉତ୍ସବ ଗତ ୨୬/୧୧/୨୪ ଦିନ ସ୍ଥାନୀୟ ବି.ଏସ ଫିଟନେସ ପରିସରରେ ଅତି ଆନନ୍ଦଉତ୍ସବରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ବି.ଏସ ଫିଟନେସର ନିର୍ଦେଶିକା ସୁଶ୍ରୀ ସ୍ଵାତିରାଣୀ ପଟ୍ଟନାୟକ ସଭାପତିତ୍ୱ କରିବା ସହ ବଲାଙ୍ଗିର ସହରର ଏକ ମାତ୍ର ନିର୍ଭରଶୀଳ ଓ ସୁରକ୍ଷିତ ମହିଳା ଜିମ ବି.ଏସ ଫିଟନେସ ମହିଳା ତଥା ଯୁବତୀମାନଙ୍କ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ବିଶେଷ ପ୍ରୟାସ କରିଥାଏ ଏବଂ ଏଥିପାଇଁ ଏଠାରେ କିଶୋରୀ ଠାରୁ ବୃଦ୍ଧା ପର୍ୟ୍ୟନ୍ତ ସମସ୍ତେ ବ୍ୟାୟାମ, ଜୁମ୍ବା, ଏରୋବିକ ତଥା ଯୋଗାଭ୍ୟାସ କରିଥାନ୍ତି ବୋଲି ପ୍ରକାଶ କରିଥିଲେ । ସଭାକୁ ବୁଲବୁଲ ଅଗ୍ରୱାଲ ଓ କ୍ରିଷ୍ଣା ଭଟ୍ଟାଚାର୍ଯ୍ୟ ସଂଯୋଜନା କରିଥିଲେ । ପୌରାଧ୍ୟକ୍ଷା ଲିକା ସାହୁ ବି.ଏସ ଫିଟନେସର ପ୍ରୟାସକୁ ଭୁୟସୀ ପ୍ରଂଶସା କରିବା ସହ ଏହାର ସ୍ଵାତିଧିକାରୀ ସ୍ଵାତି ପଟ୍ଟନାୟକ ଜଣେ ଜାତୀୟ ସ୍ତରୀୟ ମହିଳା କ୍ରିକେଟ ତାରକା ଏହି ଅନୁଷ୍ଠାନକୁ ସୁଚାରୁରୂପେ ପରିଚାଳନା କରୁଥିବାରୁ ତାଙ୍କୁ ସାଧୁବାଦ ଜଣାଇଥିଲେ । ଗରିବ ସ୍ତରୀୟ ମହିଳାମାନଙ୍କୁ ବିନା ଶୁଳ୍କରେ ଯୋଗାଭ୍ୟାସ ଓ ଶାରୀରିକ ବ୍ୟାୟାମ ଯୋଗାଇଦେବାଜୁ ନିର୍ଦେଶିକା ସ୍ଵାତି ପଟ୍ଟନାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସଭ୍ୟା ଯୋଗଦାନ କରିଥିଲେ । ମହିଳା ସଭ୍ୟାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.