ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଅନ୍ତର୍ଗତ ନିଧି ସାଗର ସରକାରୀ ଉଚ୍ଚ ବିଦ୍ୟାଳୟ, ବୁବେଲଠାରେ ଲୋକସେବା ଭବନ, ଭୁବନେଶ୍ୱର (ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ, ଓଡ଼ିଶା) ତରଫରୁ ଓଡ଼ିଆ ଭାଷା ପ୍ରତି କୁମାରୀ ଜସ୍ମିନ ଦଣ୍ଡସେନାଙ୍କ ରୁଚି ଓ ଭଲ ପାଇବା ବେଶ୍ ପ୍ରଶଂସନୀୟ । ତେଣୁ ଗତ ୨୦୨୨-୨୩ ଦଶମ ଶ୍ରେଣୀରେ ଓଡ଼ିଆ ଭାଷାରେ ମୋଟ ୧୦୦ରୁ ୯୧ ନମ୍ବର ରଖିଥିବାରୁ ଓଡ଼ିଶା ସରକାର ଜସ୍ମିନଙ୍କୁ “ଓଡ଼ିଆ ଭାଷା ବୃତ୍ତି ‘ ପ୍ରମାଣ ପତ୍ର ପ୍ରଦାନ ସହ ମୋଟ ୫୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗିରିଜା ବାଙ୍କି ଛାତ୍ରୀଙ୍କୁ ସମ୍ମନିତ କରିଥିଲେ ଏବଂ ଓଡ଼ିଆ ଶିକ୍ଷକ ମିଥୁନ କୁଅଁରଙ୍କ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।