ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର କୃଷ୍ଣଚୁଡ଼ା ଇକୋ କ୍ଲବ ତରଫରୁ ପରିବେଶ ଶିକ୍ଷା କେନ୍ଦ୍ର, ଭୁବନେଶ୍ୱରର ମାର୍ଗଦର୍ଶନରେ “ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ପୋଖରୀ ସଫା ତଥା ପୋଖରୀ ଆଡିରେ ବଉଳ ଗଛ ରୋପଣ କରାଯାଇଥିଲା । ପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପୋଖରୀ ସଫା ଉପରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା । ଚିତ୍ରାଙ୍କନରେ ସାମ୍ୟରଞ୍ଜନ ତାଣ୍ଡି, ପଦ୍ମଜିନୀ ସାହୁ ଓ ଅବକାଶ ମନହିରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସ୍ଲୋଗାନ ପ୍ରତିଯୋଗିତାରେ ରଚିତା ଖମାରୀ, ଆର୍ଯ୍ୟନ ଷାଣ୍ଢ, ଗୌରୀ ଦୋରା କୃତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇଥିଲେ । ଶିକ୍ଷୟିତ୍ରୀ ଅପର୍ଣ୍ଣା ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଅଧ୍ୟକ୍ଷତା କରିଥିଲେ ଓ ଶ୍ରୀ ବଡ଼ପଣ୍ଡା ପୋଖରୀ ସଫା କରିବାରେ ତଥା ବୃକ୍ଷରୋପଣ କରିବାରେ ପରିବେଶର କ’ଣ ସବୁ ଉପକାର ହୁଏ ଛାତ୍ରଛତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ତା’ପରେ ଏକ ସଚେତନତା ପଦଯାତ୍ରା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ସଭାରେ ଶିକ୍ଷୟିତ୍ରୀ ମଞ୍ଜରୀ ସୁନା, ଶିକ୍ଷକ ନୀଳାମ୍ବର ନନ୍ଦ, ଅପର୍ଣ୍ଣା ପଟେଲ ଉପସ୍ଥିତ ଥିଲେ । ବୃକ୍ଷରୋପଣରେ ହରିବୋଲ ପଧାନ, ରଞ୍ଜନ ପଧାନ, ରୋହିତ ନାଏକ, ଗଜିନ୍ଦ୍ର ସୁନା, ରାହୁଲ ବସ୍ତିଆ ସହଯୋଗ କରିଥିଲେ । ସଭା ଶେଷରେ ଶିକ୍ଷୟିତ୍ରୀ ଶ୍ରୀମାସୁତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.