oom

ରେଳ ଦୁର୍ଘଟଣାରେ ମୃତ ଓ ସନ୍ଥ ରଘୁନାଥ ଜୀଙ୍କ ସ୍ମୃତିରେ ବିଶ୍ଵ ପରିବେଶ ଦିବସ ଅବସରରରେ ବୃକ୍ଷ ରୋପଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ ବାଲେଶ୍ଵର ବାହାନାଗାରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଓ ସନ୍ଥ ରଘୁନାଥ ଜୀ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଇଛି । ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ଭାଗବତ ତତ୍ତ୍ୱ ଯୋଗାଶ୍ରମଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବାଲେଶ୍ଵର ବାହାନାଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଓ ସନ୍ଥ ରଘୁନାଥ ଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଯୁବ ପରିଷଦ ତରଫରୁ ଆଶ୍ରମ ପରିସରରେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଇଥିଲା । ଏହି ବୈଠକରେ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପରିଷଦର ପୂର୍ବତନ ଆବାହକ ଧିରେନ ମହାନ୍ତି, ରାହାସ ବିହାରୀ ସାହୁ, ସରପଞ୍ଚ ଦିଲୀପ ବେହେରା, ଡୋଲାମଣି ପାଣ୍ଡେ, ତୋଫାନ ସିଂ ଠାକୁର, ଟାଇଲ ଚନ୍ଦ୍ର ଭୋଇ, ନାରୀନେତ୍ରୀ କୌଶଲ୍ୟା ଧରୁଆ, ସନ୍ଥ ଧର୍ମରାଜ୍, ଗୁରୁମା ସଖୀ ଦେବୀ, ରାନୀ ପ୍ରଧାନ, କେଶବ ଧରୁଆ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶେଷରେ ଡୋଲାମଣି ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.