ନିଜ ଜନ୍ମ ଦିନରେ ବୃକ୍ଷରୋପଣ କଲେ ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିଜ ଜନ୍ମଦିନରେ ତଥା ନିଜ ବଡ଼ ଭାଇ ସ୍ୱର୍ଗତ ରାଜେଶ ଗୋପାଲ ଷଡ଼ଙ୍ଗୀଙ୍କ ସ୍ମୃତି ବୃକ୍ଷରୋପଣ କରି ଚର୍ଚ୍ଚାରେ ଅଛନ୍ତି ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ । ସୁଚିସ୍ମିତା ଟିଟିଲାଗଡ଼ର ସହରର ବାସିନ୍ଦା ହୋଇଥିବା ବେଳେ ଟିଟିଲାଗଡ଼ ସହରର ଘଣ୍ଟାସୁଣୀ ସ୍କୁଲ, ଲାୟନସ୍‌ କ୍ଲବ ଓ ଡ଼ିଏଭି କଲେଜରେ ସୁଚିସ୍ମିତା ବୃକ୍ଷରୋପଣ କରି ଯୁବପିଢିମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବୁଦ୍ଧଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.