ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ତତ୍ତ୍ଵାବଧାନ ଏବଂ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାରେ ବୃକ୍ଷରୋପଣ ମହାଭିଯାନ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ‘ଗୋଟିଏ ବୃକ୍ଷ ମାଆ ନାମରେ’ କାର୍ଯ୍ୟକ୍ରମଟି ରେଡ଼କ୍ରସ୍ ସଂଯୋଜକ ମନୋଜ କୁମାର ଦଳେଇ ଏବଂ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀ, ରଶ୍ମିପ୍ରଭା ମଥାନ, ରଞ୍ଜିତ ପ୍ରଧାନ, ବନ୍ଦନା ସୋରେନଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରି ୨୫୦ରୁ ଅଧିକ ଚାରା କଲେଜ ପରିସର ଓ ଝିରପାଣି ପଞ୍ଚାୟତ ସମିତି ଠାରେ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ର-ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଚାରା ରୋପଣ କାର୍ଯ୍ୟକ୍ରମକୁ ରଶ୍ମି ରଞ୍ଜନ ରାଉତ, ଦୀପାଳୀ ପ୍ରଧାନ, ଦିଲ୍ଲୀପ କୁମାର ମୁଦୁଲି, ନୀଳମାଧବ ନାୟକ, ଇପ୍ସିତା ପଣ୍ଡା, ସ୍ୱାତିସ୍ମିତା ସାହୁ ସୁଚାରୁ ରୂପେ ସମ୍ପାଦନା କରିଥିବା ବେଳେ ମୌସୁମୀ ଦାସ, ସନ୍ତୋଷ ରଜାକ, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ସିଦ୍ଧାର୍ଥ ସାହୁ, ପ୍ରୀତି ଦୀକ୍ଷିତ୍, ଗୀତାଞ୍ଜଳି ପାଣିଗ୍ରାହୀ, ନନ୍ଦିତା କୁମାରୀ, ଅଙ୍କିତା ପାଇକରାୟ, ଝରଣା ପଟେଲ, ପ୍ରିୟଙ୍କା ପଲେଇ, ରଚନା ମିଶ୍ର, ସ୍ୱାତୀ ପଣ୍ଡା, ତୃପ୍ତି ରାଉତ, ଜୟଶ୍ରୀ ମହାନ୍ତି, ସୁମନ ଡୁଙ୍ଗଡୁଙ୍ଗ, ସ୍ୱାଗତିକା ସାହୁ, ପ୍ରମିଳା ମହାନ୍ତି, ସଲେହା ଅଲ୍ଲୀ, ସାଗରିକା ନାୟକ, ଶ୍ରଦ୍ଧାମୟୀ ସାହୁ, କାନ୍ତୀ କୁମାରୀ, ଶୁଭଶ୍ରୀ ବାରିକ ପ୍ରମୁଖ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ଅଜୟ କୁମାର ଯାଦବ, ଅନ୍ୱେଷା ନାୟକ, ରୋହିତ ବେବର୍ତ୍ତା, ଜଗନ ମହାନ୍ତି, ଲକ୍ଷ୍ମୀ ସାହୁ, ପୂଜା ପଟ୍ଟନାୟକ, ସଂଧ୍ୟା ରାଣୀ ସାହୁ, ଇପ୍ସିତା ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ତରଫରୁ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ତରଣୀ ନାୟକ, ଅନୁପ ଏକ୍କା, ଅଜିତ୍ ବେକ, ଭାରତୀ ବରୱା ପ୍ରମୁଖ ପରିଚାଳନା କରିଥିଲେ ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ ।