ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଡ଼. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ତମ ଜନ୍ମଦିନ ଅବସରରେ ସମୂହ ବୃକ୍ଷ ରୋପଣ “ଏକ ପେଡ୍ ମା’ କେ ନାମ” ଅଭିଯାନ ଆରମ୍ଭ ମୁଖ୍ୟ ଅତିଥି ପାଇକମାଲର ମୁଖ୍ୟ ବନାନଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ର ଓ ତାଙ୍କ ସହିତ ୫ ଜଣ କର୍ମଚାରୀଙ୍କ ଉପସ୍ଥିତରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ୭୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ହାଇସ୍କୁଲର କ୍ଷିତିଚନ୍ଦ୍ର ମାହାର ବିତର୍କରେ ତୃତୀୟ ସ୍ଥାନ, ପ୍ରବନ୍ଧରେ ବିଘ୍ନରାଜ ମେହେର ପ୍ରଥମ ଓ ଚୁମନ୍ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।