ଲାୟନ୍ସ ଗୁରୁକୁଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟିମ୍ ସହୟୋଗ ଓ ଜେନିଥ ଲାୟନ୍ସ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍କୁଲ ଚେୟାରମ୍ୟାନ ପ୍ରତାପ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ପବନ ଅଗ୍ରୱାଲ, ପ୍ରିନ୍ସିପାଲ ମନୋଜ ପଣ୍ଡା ଯୋଗଦେଇ ବୃକ୍ଷରୋପଣ କରିବା ସହ ତାର ସୁରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ୧୧୦ ଗୋଟି ନିମ୍ବ, ଛତିଆନ୍ ଓ କୃଷ୍ଣଚୂଡା ଚାରା ରୋପଣ କରିଥିଲେ । ଟିମ୍ ସହୟୋଗ ସଭାପତି ମୌସମ ପାଗଡ଼ାଙ୍କ ସହିତ ତାପସ ନାୟକ, ପାର୍ଥ ସାରଥି ମହାପାତ୍ର, ଈଶ୍ୱରଦତ୍ତ ମେହେର, ପ୍ରଭୁଦତ୍ତ ପଣ୍ଡା, ପ୍ରକାଶ ଡାଲୁଆ, ଅଜୟ ଅଗ୍ରୱାଲ ଓ ଶିବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.