ଟିକ୍ରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କମିଟି ତରଫରୁ ଗୁରୁଦିବସ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଗୁରୁଦିବସ ଉପଲକ୍ଷେ ସ୍ଥାନୀୟ ଟିକ୍ରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବା ଘ.୧୦ ସମୟରେ ମୋ ସ୍କୁଲ ଅଭିଯାନ କମିଟି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀଙ୍କ ଗହଣରେ ବିଦ୍ୟାଳୟ ପରିସରେ ବୃକ୍ଷ ରୋପଣ କରାଯାଇଥିଲା । କମିଟିର ସଭାପତି ପ୍ରଦୀପ ସାହୁ, କମିଟିର ବରିଷ୍ଠ ସଭ୍ୟ ଗୋପବନ୍ଧୁ ଶତପଥି, ଭଗବାନ ବଗର୍ତ୍ତି, ନିତ୍ୟାନନ୍ଦ ମିଶ୍ର, ପ୍ରକାଶ ନେପାକ ଓ ପୁରାତନ ଛାତ୍ର ତରୁଣ ମିଶ୍ର, ରଞ୍ଜନ ତ୍ରିପାଠୀ, ବିଶ୍ୱଜିତ ସାହୁ, ନରେନ୍ଦ୍ର ସାହୁ, ରାଜିବ ହୋତା, ଅବଦୁଲ ରଜାକ ତଥା ବରିଷ୍ଠ ନାଗରିକ ପର୍ଶୁରାମ ନାୟକ, ଦିବାକର ହୋତା, ମଦନ ରଥ, ଧର୍ମବ୍ରତ ରଥ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଗୁରୁଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ତ୍ରିପାଠୀଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କୁ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ଜଳନ କରି ଉପସ୍ଥିତ କମିଟି ସଭ୍ୟ ଏବଂ ବୁଦ୍ଧିଜୀବୀ ଗୁରୁଦିବସର ମହତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଦୀପ ସାହୁ ସଭାପତିତ୍ୱ କରିଥିଲେ ଏବଂ ବରିଷ୍ଠ ସଭ୍ୟ ଗୋପବନ୍ଧୁ ଶତପଥି, ପ୍ରକାଶ ନେପାକ, ଅଧ୍ୟାପକ ତରୁଣ ମିଶ୍ର, ଶିକ୍ଷକ କପିଳ ପତି, ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ତ୍ରିପାଠି ପ୍ରମୁଖ ଉଦବୋଧନ ଦେଇ ଗୁରୁଦିବସର ପ୍ରାଧାନ୍ୟ ତଥ୍ୟ ଗୁରୁଙ୍କ ଆସନ ସମସ୍ତଙ୍କ ଉପରେ ବୋଲି ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ । ଶିକ୍ଷୟତ୍ରୀ ପ୍ରିୟମ୍ବଦା ଦାସ ଉପସ୍ଥିତ ସମସ୍ତ କମିଟି ସଭ୍ୟ, ବରିଷ୍ଠ ନାଗରିକ ଏବଂ ପୁରାତନ ଛାତ୍ରମାନେ ସଭାରେ ତଥା ଏହୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.