oom

ସେବାଜଗତ କାର୍ଯ୍ୟାଳୟରେ ବୃକ୍ଷ ରୋପଣ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ବୁରାଟ କାର୍ଯ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ଜରିଆରେ ଗତକାଲି ବୃଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ସମ୍ମାନୀତ ଅତିଥିଭାବେ ବ୍ୟଙ୍ଗ କବି ତଥା ସାହିତ୍ୟକ ସୁଶାନ୍ତ ମିଶ୍ର, ସେବାଜଗତ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ରୋସନାରା ମହାନ୍ତି, ସୁନିତା ତାଣ୍ଡି, ସମ୍ବାଦ ପ୍ରତିନିଧି ନିରଞ୍ଜନ ମହାରଣା, ଆମ ଜଙ୍ଗଲ ଯୋଜନା ଦଳପତି ତଥା ସମାଜସେବୀ ପ୍ରଦିପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ୭୦ଟି ବୃକ୍ଷ ରୋପଣ କରିଥିବା ବେଳେ ସେବାଜଗତ ପରିବାରର ଯାଜ୍ଞସେନୀ ଭୋଇ, ଟଙ୍କଧର ବଗର୍ତ୍ତି, କୁବେର ସାହୁ ଓ ଅନ୍ୟ ସାଥୀମାନେ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ପାଇଁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ଶ୍ରୀ ମହାରଣା ପରିଚଲାନା କରିଥିବା ବେଳେ ସେବାଜଗତ ଅନୁଷ୍ଠାନରୁ ଶ୍ରୀ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.