oom

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ(ଜାବ) ପକ୍ଷରୁ ବରଗଡ ସହର ସନ୍ନିକଟ ପବିତ୍ର ପୀଠ ସ୍ଥଳୀ ମା’ ବୈଷ୍ଣୋଦେବୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜାବର ସଭାପତି ରବି ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେରେ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଡାକ୍ତର ସୁସ୍ମିତା ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ବରାହଗୋଡା ଫରେଷ୍ଟ ରେଞ୍ଜ ଅଫିସର ପୃଥ୍ୱୀରାଜ ବେହେରା ଯୋଗଦେଇ ପ୍ରଥମେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ଆୟୋଜିତ ସଭାରେ ଜାବର ବରଗଡ ୟୁନିଟର ସଚ୍ଚିଦାନନ୍ଦ ପାତ୍ର ସ୍ଵାଗତ ଭାଷଣ ଦେଇଥିଲେ । ଜାବର ଉପସଭାପତି ବିଜୟ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜାବର ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶେଷରେ ସଂଘର ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଂଘର ସାଂଗଠାନିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ସହ ବରଗଡରେ ଥିବା ପୁରୁଣା କେନ୍ଦ୍ରୀୟ ବିଦ୍ୟାଳୟରେ ସିଟ୍‌ ସଂଖ୍ୟା ବୃଦ୍ଧି ସହ ସେକ୍ସନ ବୃଦ୍ଧି କରିବା ଦାବୀ ନେଇ ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ୧୨ଟି ବ୍ଲକର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦାନ କରିଥିଲେ । ଆଜି ଜାବ ଓ ମା’ ବୈଷ୍ଣୋଦେବୀ ମନ୍ଦିର କମିଟିର ମିଳିତ ଉଦ୍ୟମରେ ପବିତ୍ର ପୀଠରେ ୩୦୦ଟି ବୃକ୍ଷ ରୋପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ, ସୁରେଶ ଦାଶ, ସଞ୍ଜୀବ ପୁରୋହିତ, ରମଣୀ ରଂଜନ ବେହେରା, ବ୍ୟୋମକେଶ କର, ସୁବ୍ରତ ବିର୍ତ୍ତିଆ, ସତ୍ୟଜିତ ପ୍ରଧାନ, ରଞ୍ଜିତ ଦାଶ, ଜୟ ସିଂ ପ୍ରଧାନ, ଅର୍ଜୁନ ସାହୁ, ରିଙ୍କୁ ଷଡ଼ଙ୍ଗୀ, ଝସ୍ କେତନ ସାହୁ, ଶିବଶଙ୍କର ବିଶ୍ୱାଳ, ରିଙ୍କୁ ସାହୁ, ନୀଳକଣ୍ଠ ଦୀପ, ହେମନ୍ତ ସାହୁ, ପ୍ରିୟ ରଂଜନ ଭୋଇ, ବଳରାମ ବାଗ, ଜ୍ୟୋତି ରଞ୍ଜନ ମହାପାତ୍ର, ମୁକୁନ୍ଦ ଷଡ଼ଙ୍ଗୀ, ହୀରା ମହାକୁର, ଗୋପାଳକୃଷ୍ଣ ଗର୍ଗ, ସୁନିଲ ମିଶ୍ର, ଜିତେନ୍ଦ୍ରିୟ ମେହେର, ବିଜୟ କର୍ଣ୍ଣ, ଅଶ୍ଵିନୀ ପାତ୍ର, ପଦ୍ମଲୋଚନ ସାହୁ, ନେପାଲ ପ୍ରଧାନ, ଗୁଣନିଧି ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ମା’ଙ୍କ ପାଖରେ ଶତ ଆରତୀ ସହ ସଂସାରର ମଙ୍ଗଳ କାମନା କରାଯାଇଥିଲା ।

jittmm
Leave A Reply

Your email address will not be published.