centurian jitm

ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ବୃକ୍ଷରୋପଣ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୌର୍ଯ୍ୟ, ଡେପୁଟି କମାଣ୍ଡେଣ୍ଟ ସୁରେଶ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଇନଚାର୍ଜ କାର୍ତ୍ତିକ ସିହ୍ନା ପ୍ରମୁଖଙ୍କ ସହ ଅନେକ ସିଆର୍‌ପିଏଫ୍‌ ଯବାନ ଏବଂ ବିଦ୍ୟାଳୟର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ତେବେ ଏହି ଅବସରରେ ଆଜି ଶହେଟି ଗଛ ରୋପଣ କରାଯାଇଥିବା ସିଆର୍‌ପିଏଫ୍‌ ଜନସଂପର୍କ ଅଧିକାରୀ ତେଜରାଜ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.