oom

ବିବାହ ବେଦୀରେ ଡ. ଶାନ୍ତିଲତା ଅଧିକାରୀଙ୍କୁ ବୃକ୍ଷଦାନ କଲେ ହୃଷୀକେଶ ପାଢ଼ୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିବାହ ବେଦୀ, ବ୍ରତୋପନୟନ, ଜନ୍ମଦିନ ଓ ଶ୍ରାଦ୍ଧ ଦିବସରେ ବୃକ୍ଷଦାନ କରି ଚର୍ଚ୍ଚାରେ ଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଗତକାଲି ପୁରୀ ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରକୃତି ପୁତ୍ରୀ ଅଧ୍ୟାପିକା ଡ଼ଃ ଶାନ୍ତିଲତା ଅଧିକାରୀଙ୍କ ସହିତ ଆୟୁଷ୍ମାନ ବୀରେନ୍ଦ୍ର ଦାଶଙ୍କର ଶୁଭପରିଣୟ ଅବସରରେ ଡାଳିମ୍ବ ବୃକ୍ଷଦାନ କରି ନବଦମ୍ପତିଙ୍କର ଶୁଭ ମନାସି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଏହି ଅବସରରେ ଶ୍ରୀ ପାଢ଼ୀ ବିବାହ ସ୍ମାରକୀ ସ୍ୱରୂପ ଗଛଟିକୁ ଲଗାଇ ତାର ଯତ୍ନ ନେଇ ବଡ଼ କରିବା ସହ ବିଶ୍ୱତାପୟନରୁ ରକ୍ଷା ପାଇବା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାରେ ବ୍ରତୀହେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.