ଶୁଦ୍ଧିକ୍ରିୟାରେ ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଶୁଦ୍ଧିକ୍ରିୟା ଅବସରରେ ଏକ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରୋପକାରୀ ଗରିବ ଯୁବକ ସ୍ୱର୍ଗତ କୀର୍ତ୍ତନ ଚନ୍ଦନଙ୍କ ଶୁଦ୍ଧିକ୍ରିୟା ଅବସରରେ ରାଜକୁମାର ବନଛୋରଙ୍କ ଉଦ୍‌ଯୋଗ କ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ପାଇକମାଲ ଥାନା ସବ୍‌ ଇନିସ୍ପେଟର ଚୁମକି ନାଥ ପ୍ରଭା ଉଦ୍‌ଘାଟନ କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ବଡ ଶତପଥି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଚୁମକି ନାଥ ପ୍ରଭା, ସମ୍ମାନିତ ଅତିଥି ଭାବେ ଏଏସଆଇ ପ୍ରଫୁଲ୍ଲ ପାଣିଗ୍ରାହୀ, ଗୌରାଙ୍ଗ ଦାସ, ବିଭୁତି ମୁଣ୍ଡ ଓ ଅଶ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାନ ସବୁଠାରୁ ମହତ ଦାନ ବୋଲି ନିଜସ୍ୱ ମତାମତ ଦେଇ ଥିଲେ । ପଦ୍ମପୁର ରେଡକ୍ରସ ତରଫରୁ ଆସିଥିବା ସଂଗ୍ରାମ କେଶରୀ ମାହାନ୍ତ ଶୁଦ୍ଧିକ୍ରିୟାରେ ଗୋଟିଏ ଛୋଟିଆ ଗାଁରେ ରକ୍ତଦାନ ଦାନ ଶିବିର ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିବାରୁ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶିବିରରେ ୧୨ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା ମୃତ କୀର୍ତ୍ତନ ଚନ୍ଦନଙ୍କ ବିଧବା ପତ୍ନୀ ବିନୋଦିନୀ ତାଙ୍କ ଘର ପଛ ପଟେ ସ୍ୱାମୀଙ୍କୁ ସବୁଦିନ ମନେ ପକାଇବା ପାଇଁ ଏକ ଆମ୍ବ ଗଛ ରୋପଣ କରି କାନ୍ଦି ପକାଇ ଥିଲେ, ଯୁବକମାନେ ମଧ୍ୟ ପଡିଆରେ ଆମ୍ବ ଗଛ ଲଗାଇ ଥିଲେ । ଶେଷରେ ବାଳକ ଦାସ ବିଶି ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.